ନାରୀ
ନାରୀ
ନାରୀଟିଏ ସେ ଜନମ କାଳରୁ
ମରଣ ପର୍ଯନ୍ତ ରହି
ବାଣ୍ଟିଯାଏ ଖାଲି ସ୍ନେହ ପ୍ରୀତି ବନ୍ଧୁ
ଆଉ କିଛି ଲୋଡ଼ା ନାହିଁ
ସଂଘର୍ଷମୟ ତା ଜୀବନର ପଥ
ଦୁହିତା ସେ ଦୁଇ କୁଳ
ହିତ ସାଧନରେ ରହେ ବ୍ରତୀ ହୋଇ
ପାଏ ନାହିଁ ଥଳ କୁଳ
ଗୋଟିଏ କୂଳରେ ଗୀତାହେଲେ ସିଏ
ଆର କୂଳେ ଭାଗବତ
ଜୀବନ ସାର୍ଥକ ଶଙ୍ଖା ସିନ୍ଦୁର ତା
ସ୍ୱାମୀ ପାଦେ ତୀର୍ଥ ବ୍ରତ
ଶାଶୁ ଶଶୁର ତା ଗୃହର ଦେବତା
ଯାଆ ତା ସାନ ଭଉଣୀ
ନଣନ୍ଦ ଦିଅର ପୁଅଝିଅ ପରି
ସେବା କରେ ମନ ଜାଣି
ଛୋଟିଆ ସଂସାର ପୁଅଝିଅ ଥିଲେ
ଆଉ ଝିଆରୀ ପୁତୁରା
ଭଣଜା ଭାଣେଜୀ ଆଉ ଯେତେଯିଏ
ବାଣ୍ଟେ ସ୍ନେହ ର ପସରା
ଶଶୁଘର ସ୍ୱର୍ଗ ସ୍ୱାମିଟିଏ ସାଥି
ସାତ ଜନମ ର ପାଇଁ
ବାପଘର ସୁଖ ଅଢେଇ ଦିନକୁ
ଭୁଲିକି ପାରିବ ସେହି
ଯୁଗେ ଯୁଗେ ନାରୀ ଅଭୟଦାୟିନୀ
ଜାଣିଛି ସାରା ଜଗତ
ନାରୀକ୍ଷମାମୟୀ ଦୟାର ସାଗର
ବିଶ୍ୱ କଲ୍ୟାଣୀ ସେ ମାତ
ସଭିଙ୍କର ପେଟ ଚିହ୍ନି ଥାଏ ସେହି
ତାକୁ ନାଚିହ୍ନନ୍ତି କେହି
ନାରୀର ସୁରକ୍ଷା ସମାଜର ରକ୍ଷା
ଏହି ବାର୍ତ୍ତା ଯିବା ଦେଇ ।