STORYMIRROR

Kalandi pal

Inspirational

4  

Kalandi pal

Inspirational

ଧୀବର

ଧୀବର

1 min
454

ଧୀବର


ମହୋଦଧି କୂଳେ ଅଥଳ ବାଲିରେ

  ଗଢ଼ିଲ ବଡ଼ ଦେଉଳ.

ଜୀବନ ନଉକା ହାତେ ବାହିବାକୁ

   ବସିଛ ହୋଇ ଧିବର.

ପାରିକରିବାକୁ ଭବ ସାଗର.


ଭବସାଗରରେ ଗୋଟିଏ ତ ଘାଟ

ଗୁପ୍ତ ବୃନ୍ଦାବନ କଳିରେ ଶ୍ରୀକ୍ଷେତ୍ର.

ଦୁଇଟି ଧିବର ଟେକି ଦୁଇ କର

ବିନା ଆହୁଲାରେ କରୁଅଛ ପାର.

    ତୁମେ ପ୍ରଭୁ ଚକ୍ରଧର.

ପାରି କରିବାକୁ ଭବ ସାଗର.


ପାପର ନଉକା ପୁଣ୍ୟର ନଉକା

ମଙ୍ଗ ଧରିଅଛ ତୁମେ ପ୍ରଭୁ ଏକା.

ପାପିଙ୍କୁ ତାରୁଛ ଦେଖି ପୁଣ୍ୟବଳ

ପୁଣ୍ୟବନ୍ତେ ଏକା ଦିଅ ସ୍ବର୍ଗପୁର.

   ଗଢି ସେଠି ସ୍ୱର୍ଗଦ୍ୱାର.

ପାରିକରିବାକୁ ଭବ ସାଗର.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational