STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଚାବି

ଚାବି

1 min
404

ଚାବି

ମୁଁ ନିଜକୁ ଟିକେ ଚୁମୁଡ଼ିଲି

ଆରେ କାଟୁଛି ତ..

ମୁଁ ଯାହା ଦେଖୁଛି ସବୁ ସତ

ସତରେ ଆକାଶର ତାରା ମୋ ସାମ୍ନାରେ !

ତାରା ମାନେ ଆକାଶରେ

ଉଇଁବେ ଉଇଁବେ ବୋଲି

ଆଜେ ଟିକେ ଡେରି ହେଲା

ମୁଁ ଅପେକ୍ଷା କରିଛି

ମାଟି ମଟାଳର ମଣିଷ ଟା ଅପଲକ ନୟନରେ।

ଅପେକ୍ଷା ସମୟ ଗୁଡା ଭାରି ଫାଜିଲି

ମୁଣ୍ଡ ଗରମ କରି ଦିଅନ୍ତି।

ମୋର ଇଚ୍ଛା ବିଶ୍ରାମ ନେବା ପୂର୍ବରୁ

ତାରା ମାନେ ରୁଣ୍ଡ ହୁଅନ୍ତେ କି।

ହାଲୋ କେଉଁଠି ??

ଏଇ ତ ମନ୍ଦିର ସମ୍ମୁଖରେ

ଅଚିହ୍ନା କିନ୍ତୁ ଗଭିର ଆତ୍ମୀୟତା

ଏ ତାରା ଟି ସହ ମୋର ବୋଧେ

ହୃଦୟର ଆହୁରି ଟିକେ ପାଖ

ମୁଁ ଖୋଜିଲି ସେଇ ତାରା ମୁହଁ

ଲାଗିଲେନି ଜମାରୁ ଅଚିହ୍ନା

ଥିଲା ଗୋଟେ ଶୋଷ

ଆଜି ମେଣ୍ଟିଲା।

ହାଲୋ କେଉଁଠି??

ଆରେ ତୁ ବ୍ୟସ୍ତ ହ ନା

ଏସ୍ ଭି ଏମ୍ କଲେଜ ପାଖରେ କି ସେ ଜାଗା??

ନାଇଁ ନାଇଁ ଗାନ୍ଧୀ ଛକ ପରେ ପଡ଼ିବ

ଗୋପାଳ ସାଗର ଡ୍ରିମ ସ୍କୁଲ ପାଖେ

ଏଇ ଜଷ୍ଟ୍ ପହଂଚିଲୁ

ସେ କହିଲେ।

ଏମାନେ ଉଦେ ହେଲାରୁ

ଗହଳ ପତ୍ର ଭିତରୁ ସୁର୍ଯ୍ୟ

ଗଳିକି ଚାହିଁଲେ ଟିକେ।

ଉଦାସ ଉଦାସ ଲାଗୁଥିବା ମୋ ମନଗହନଟି

ହଠାତ୍

ଏମାନଙ୍କ କଳରବରେ

ମୁଖରିତ ହୋଇଉଠିଲା

ଭାରି ନିଆରା ପଣ ଏମିତି ମୁହୂର୍ତ୍ତ ମାନଙ୍କର

ସବୁଦିନ କେବଳ ନିଜ ଚାରି ପାଖ ପାଇଁ

ବଞ୍ଚୁଥିବା ବେଳେ

ଏପରି ମୁହୂର୍ତ୍ତ ମାନଙ୍କରେ କ୍ଷଣେ

ନିଜ ପାଇଁ ବଂଚିଯିବାର ଅବସରଟିଏ ଯାହା

ପ୍ରତ୍ୟେକ ମୁହୂର୍ତ୍ତ

ମନର ଖୁସି ବୟାନ କରୁଥିଲା ।

ମୁଁ ନିର୍ବାକ,ପାଷାଣ ଥିଲି

ତୁମେ ମୋତେ ହସେଇବା ଶିଖେଇଲ

ତୁମେ ଦିନେ କହିଥିଲ"ମୀନୁ ତୁ ହସିବାରେ ଏତେ କଞ୍ଜୁସ୍"

ସେବେଠୁ ବହୁତ ଖୋଜିଲି "ଚାବି "ହସିବାର।

ଏଇ ଦେଖ!!

ଆଜିକାଲି ମୁଁ ଟିକେ ହସିଲିଣି

ମୋ ମୁହଁ ହସର କାରଣ ତୁମେ

ଖାସ୍ ତୁମ ପାଇଁ ମଧ୍ୟାହ୍ନର ଟାଇଁ ଟାଇଁ ଖରାରେ

ଛାଇଟିକେ ତୁମେ ଦିଅ ବୋଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational