ପରିବାର
ପରିବାର
ବାପା, ଜେଜେ ବାପା ପୁଣି କିଏ ମା, ଜେଜେ ମା
ଭାଇ ଭଉଣୀ ଏଠି ଆଉ କିଏ ଦାଦା ଖୁଡି
ଗୋଟିଏ ଛାତ ତଳେ
ସଭିଏଁ ରହନ୍ତି ମିଳି l
ସ୍ନେହ, ଶ୍ରଦ୍ଧା,ମମତା ଡୋରୀରେ
ବନ୍ଧା ସକଳଙ୍କ ପ୍ରାଣ
କେତେ ଝଡ଼ ଝଞ୍ଜା ବହିଯାଇ ଛୁଇଁ
ହୁଏନି ସମ୍ପର୍କ କ୍ଷୁର୍ଣ୍ଣ
ପରିବାର ର ମହତ୍ୱ ଏସନ l
ସଂସାର ମଧ୍ୟେ ଘର କରିଥିଲେ
ପଥର ପଡିଲେ ସହି
ଏକଥା ଅନ୍ୟଥା ନୁହେଁ ରେ ଭାଇ
କେବେ ଶାରୀରିକ କେବେ ମାନସିକ
ସମସ୍ତ କଷଣ ଅଙ୍ଗେ ବହି l
ଗୃହ ର ମୁରବୀ ସବୁରି ଆଦର୍ଶ
ପରିବାର ର ଢାଲ ସେହି
ଆଚାର, ବ୍ୟବହାର, ତଥା ସଂସ୍କାର
ଶିକ୍ଷା ଦିଅନ୍ତି ମରମେ ଭାରି
ବାଣୀ ଗଢେ ଶୃଙ୍ଖଳିତ ଭବିଷ୍ୟତ ଆମରି l
ମନ ଜାଣି ଭଳି ଭଳି ବ୍ୟଞ୍ଜନ
ମା ଖୁଡି ଦିଅନ୍ତି ପରସି
ପର୍ବ ପର୍ବାଣୀ ଆସର ଜମିଲେ
ଘର ଅଗଣା ସୁଶୋଭିତ ଝୋଟି ଚିତାରେ
ମହାକାଇ ସୁଆଦିଆ ପିଠାପଣାର ବାସ୍ନାରେ l
ଘଟିଗଲେ କେବେ ମନମାଳିନ୍ୟ
ଜେଜେମାଆ କରନ୍ତି ମାନଭଞ୍ଜନ
ଶିଖାଇ ଦିଅନ୍ତି ଏକତା ର ମହତ୍ତ୍ୱ
ଗୋଟିଏ ବାଡ଼ି କୁ ସହଜେ ଭାଙ୍ଗିବ ତୁମେ
ବିଡ଼ାଏ ବାଡ଼ି କୁ ଭାଙ୍ଗିବାଟା ନୁହେଁ ସହଜ l