ସମୟ ଦିଏ ସଂଗ୍ରାମର ଡାକରା
ସମୟ ଦିଏ ସଂଗ୍ରାମର ଡାକରା
ସମର୍ପଣ ଭାବନାରେ କିଶାନ
ଲାଗିଛି ସଂସାର ହିତେ,
ଯୋଗାଏ ସେ ଅନ୍ନ, ଅଵିରାମ
ଶ୍ରମେ ତା ଜୀଵନ ଵିତେ ।
କରେ ସେ ଅନ୍ନଦାନ କିନ୍ତୁ ଅଭାଵେ
ତାହାର ଜୀବନ ଵିପନ୍ନ କିଆଁ
ଶାସକ କହୁଛି ଚାଷୀ ପାଇଁ ଲାଗିଛି
କିନ୍ତୁ ଦେଖ କାହାର ଧରିଛି ବାହା ।
ଦେଖ ଆହେ ଯେତେ ମୋର ମହାନ୍
ଦେଶର ଭଉଣୀ ଭାଇ
ଚିନ୍ତା କର ଥରୁଟେ ତୁମ ପବିତ୍ରତାର
ନେତ୍ର ଖୋଲି ଦେଇ ।
ଆନ୍ତର୍ଜାତିକ ଅହିଂସା ଦିବସ ପାଳନ୍ତି
ସମସ୍ତେ ଏହି ପୃଥିବୀରେ
ଅହିଂସାର ସ୍ଲୋଗାନ ଦିଅନ୍ତି, ପାଇବ
ହିଂସା ଭରି ରହିଛି ଅନ୍ତରେ ।
ଅନୁଭବ କରିବ, କିପରି ଆଜି ରାମ
ରାଜ୍ୟ କଳ୍ପନା ଭିତରେ
ମାନବ ମତାନ୍ଧତାରେ ଏକ ରୂକ୍ଷ ରକ୍ତ
ପୀପାଷୁ ଦାନବ ସାଜିଛି ଏଠାରେ ।
ସାମ୍ପ୍ରଦାୟିକ ହିଂସା ହୋଇଛି ସମସ୍ତ
ଧର୍ମାନ୍ଧ ମାନବର ଚ଼ିର ସାଥୀ
ଅନ୍ୟାୟ ଅଧର୍ମ ହେଲା ସେମାନଂକର
ଜୀବନର ସହଯାତ୍ରୀ ।
ଅଳୀକ ମୃଗତୃଷ୍ଣା ପଥେ ଛୁରୀ ବନ୍ଧୁକ
ଅଣୁ ପରମାଣୁ ହାତେ
ବିକ୍ଷିପ୍ତ ମନେ ସଂଯମତା ହରାଇ ଅନ୍ଧତ୍ୱରେ
ପ୍ରତ୍ୟେକ ଖେଳନ୍ତି ରକ୍ତେ ।
ସାରା ଦେଶଟାରେ ପଡ଼ିଛି ହୁରି, କୁଲି
ମଜ୍ ଦୁର ଛାଡ଼େ ଚିତ୍ କାର
ଧାରୁଆ ଖଡ଼ଗ ଗଳେ ତାଙ୍କ ଯାଏ ବୁଲି
କୁହ କେଉଁ ଧାରା ଗଣତନ୍ତ୍ରର ।
ପାଇବା କାହୁଁ କୁହ ସେହି ସ୍ୱାଧୀନତା ପୂର୍ବ
ବୈଷ୍ଣବଜନର ଗାଥା
ଯାହା ଥିଲା ସପନ ସେଦିନର, ବିଗିଡିଛି ଯାହା
ଦେଖୁଛେ ନୁଆ ଵିଧି ବ୍ୟବସ୍ଥା ।
ନକାନ୍ଦିଲେ ପିଲା ରହନ୍ତି ଭୋକିଲା ଜନନୀ
ତ ନଦିଏ ଖାଦ୍ୟ ପରା
ଉଠହେ ମାନବ ଉଠହେ ସମାଜ ଏ ସମୟ
ଦିଏ ସଂଗ୍ରାମର ଡାକରା ।