STORYMIRROR

Manorama Mohanty

Inspirational

4  

Manorama Mohanty

Inspirational

ମାଆ ସିଏ

ମାଆ ସିଏ

1 min
456



ମାଆ ସିଏ

ପିଲାଙ୍କୁ ଆବୋରି ନିଏ କୋଳକୁ 

ଯେଉଁଠି ସ୍ୱର୍ଗ ମିଳିଯାଏ

ଟିକିଏ ଆହାଃ ର ଆଲ୍ଲାଦରେ 

ଲୁହ ପୋଛି ଦିଏ, 

ଯା ପାଇଁ ଜୀବନ ସାର୍ଥକ ହୁଏ ।


ମାଆ ସିଏ

ଯିଏ ଜଣାଇଥାଏ 

ଅନ୍ୟକୁ ଚିହ୍ନିବାର କଳା, 

ନିଜର ଅତୁଟ ବିଶ୍ୱାସ ଅକାତ ମମତାର ସଂସର୍ଗରେ

ଅପସରିଯାଏ ଅଚିହ୍ନାପଣର ପରଳ 

ରଚି ହୁଏ ତା ପାଇଁ ନିଜ ପରିଚୟ ।


ମାଆ ସିଏ

ଭଙ୍ଗା ଗଢ଼ା ସଂସାର ଖେଳ ଭିତରେ 

ସିଏ ତ ଚିହ୍ନାଇ ଥାଏ ବିଶ୍ୱବ୍ରହ୍ମାଣ୍ଡକୁ 

ଜୀବନ ର ପ୍ରତିଟି ସୁସମ୍ପର୍କ କୁ 

ଅନ୍ତରଙ୍ଗ ଭାବେ ଜୀଇଁବାକୁ ।


ମାଆ ସିଏ

ମାଆ ସିଏ ଯିଏ ହାତଧରି ଶିଖାଇ ଥାଏ

ଖାଲି ସିଲଟ ଉପରେ 

କିପରି ଆଙ୍କିବାକୁ ହୁଏ 

ଜୀବନ ର ଚିତ୍ର ।


ମାଆ ସିଏ

ମାଆ ପ୍ରସବ ଯନ୍ତ୍ରଣାର 

ବେଦନାକ୍ତ ଚିତ୍କାର କୁ 

କେବେ କେଉଁ ପିଲା କଣ ମନେ ରଖିପାରେ? 

ନା, କେବଳ ବୋଝ ଉପରେ ନଳିତାବିଡା 

କାହାକୁ କହିବ ଅବା

ସେ ପରା ଜବକାଚ ଟିଏ 

ସବୁବେଳେ ଦିକ ଦିକ ଜଳୁଥିବ

ପିଲାଙ୍କ ମଙ୍ଗଳ ଚିନ୍ତାରେ 

ହାତ ଯୋଡୁଥିବ ଦଶଦିଗ ପାଳଙ୍କୁ ।


ମାଆ ସିଏ

କେବେ ହେଲେ ଚିନ୍ତ ନି 

ମାଆ ର ମନକୁ ବିଷାଦିତ କରିବାର 

ମାଆ ତ କ୍ଷମାମୟୀ 

ଯା ପାଦତଳେ କୋଟି ଜନ୍ମର 

ପାପ କ୍ଷୟ ହୁଏ 

ମାଆ ସିଏ ।



Rate this content
Log in

Similar oriya poem from Inspirational