ଅକୁହା କଥା
ଅକୁହା କଥା
ମନେ ପଡୁ ଅଛି ଅତୀତର କଥା
ଲଜ୍ୟା ମାଡୁ ଅଛି ମନେ,
ବର୍ଷ ୧୯୬୪ ଦୁର୍ଭିକ୍ଷେ ପୀଡ଼ିତ
ଆସୁ ଅଛି ଏବେ ମନେ ।
ହୀନତା ରୂପରେ ଗାଆଁର ଅବସ୍ଥା
ଦିଶୁ ଥିଲା ସେତେ ବେଳେ,
ରାସ୍ତ ଘାଟ ନାହିଁ ବିଜୁଳି ସପନ
ନ ଥିଲା ପୁଲିଆ ନାଳେ ।
ତିନି ସାଥି ମିଳି ଯାଇ ଥିଲୁ ହାଟେ
ଆଳୁର ବେପାର ପାଇଁ,
ଆଳୁ ବିକୁ ଥିଲୁ ଖୁସି ଆନନ୍ଦରେ
ଜୀବିକା ନିର୍ବାହ ପାଇଁ ।
ଘର ଗରଜନ ଇନ୍ଦ୍ର ଦେବଙ୍କର
ଘନଘନ ବର୍ଷା ଧାର,
ସଙ୍ଗକୁ ପବନ ଅତିହିଁ ପ୍ରଖର
କମ୍ପି ଉଠେ ହିଁ ଶରୀର ।
ଛାଡି ଗଲା ବର୍ଷା ବାନ୍ଧିଲୁ ସାଇକିଲେ
ଠେଲି ଠେଲି ଆସୁ ଥିଲୁ,
ସମୟ ଯୌବନ ନାହିଁ ଡ଼ର କିଛି
ଖୁସିରେ ମନେ ଆସୁ ଥିଲୁ
।
ଗାଆଁ ପାଖେ ଏକ ନାଳ ରହି ଅଛି
ବଢୁ ଥିଲା ଅତି ବେଗେ
ଠେଲି ଠାଲି କରି ବାହାରି ଗଲୁଟି
ଉଠିଲୁ ଚଟାଣ ଦିଗେ ।
ସର୍ପ ପରି ତହିଁ ଦେଖିଲୁ ଆଗକୁ
ନ ପାରିଲୁ ଆଉ ଯାଇ,
ଚିତ୍କାର କରିଲୁ ଭୟଭୀତ ହୋଇ
ଗାଆଁରେ ଶୁଭିଲା ଯାଇ ।
ଘର ଲୋକ ତହୁଁ ଦୌଡି ଆସିଲେ
ଗାଆଁର ଲୋକଙ୍କୁ ଧରି,
କି ହେଲା କି ହେଲ ରାବ୍ ଦେଉ ଥିଲେ
ଆମର କଥାକୁ ଧରି ।
ହସୁଥିଲେ ଜନ ଆମ ଡ଼ର ଦେଖି
ଲଜ୍ଜା ଲାଗୁ ଥିଲା ଅତି,
ସେହି ଦିନ ଠାରୁ ଡ଼ର ଚାଲି ଗଲା
ଭୟ ହୋଇ ଗଲା ଇତି ।
ମନେ ପଡୁ ଅଛି ଅତୀତର କଥା
ଲଜ୍ଜା ମାଡୁ ଅଛି ମନେ,
ବର୍ଷ ୧୯୬୪ ଦୁର୍ଭିକ୍ଷେ ପୀଡିତ
ଆସୁ ଅଛି ଏବେ ମନେ ।