STORYMIRROR

Prabodha Chandra Mudra

Inspirational

4  

Prabodha Chandra Mudra

Inspirational

ଦୟା

ଦୟା

1 min
580

‘ଦୟା’ ଶବ୍ଦ ଅଟେ ଦୁଇ ଅକ୍ଷର

ଅକ୍ଷର ଦ୍ବୟର ଗୁଣ ଅପାର ।।


ଦେବତ୍ବ ସୁଲଭ ଅଟଇ ଏହା 

ପ୍ରାଣୀଙ୍କୁ ମହାନ କରଇ ତାହା ।। 


ସେହି ଗୁଣେ ହେଲେ ସର୍ବେ ଭୂଷିତ

ଜୀବନ ହୋଇଯିବ ସୁଶୋଭିତ ।। 


ମନୁଷ୍ୟର ତାହା ଦିବ୍ୟ ଭୂଷଣ 

ତା' ଯୋଗୁଁ ମନୁଷ୍ୟ ହୁଏ ମହାନ ।।


ଦୟା’ ନାହିଁ ଯେଉଁ ମାନବହୃଦେ

ନର ପଣିଆରେ ଗଣା ନ ଯାଏ ।। 


ଶୈଶବ କାଳୁ କଲେ ଏହି ଶିକ୍ଷା

ବିଶ୍ବ ଜନଙ୍କର ହୋଇବ ସଖା ।। 


ଜୀବେ ଦୟା ଭାବ ବହି ମନରେ

କରିବ ସତକାର୍ଯ୍ୟ ଇହଧାମରେ ।। 


ବୁଦ୍ଧ ଓ ଗାନ୍ଧୀ ଥିଲେ ଦୟାବନ୍ତ

ମହାତ୍ମା ରୂପେ ହୋଇଲେ ବିଖ୍ୟାତ ।। 


ଉତ୍କଳମଣି ଗୋପବନ୍ଧୁ ଦାସ 

ଦୟାଳୁ ଗୁଣରେ ଲଭଲେ ସୁଯଶ ।।


‘ଦୟା’ ଶବ୍ଦଟିକୁ ଓଲଟାଇଲେ 

‘ୟାଦ’ ଶବ୍ଦଟି ହୋଇବ ଭଲେ ।।


ଈଶ୍ବରଙ୍କୁ ସଦା କରିଲେ ୟାଦ

ଜୀବନେ ତାହାର ନଥିବ ଖେଦ ।।


ଦୟାଳୁ ସଦା ହୁଏ ସ୍ମରଣୀୟ

ନିର୍ଦ୍ଦୟ ବ୍ୟକ୍ତି ହୁଏ ନନ୍ଦନୀୟ ।।


ଏହି ଦବ୍ୟଗୁଣ କଲେ ଅର୍ଜନ

ମାନବ ଜୀବନ ହୋଇବ ଧନ୍ୟ ।।


ଈଶ୍ୱର ଅଟନ୍ତି ଦୟା ସାଗର

ତାଙ୍କରି ଦୟାରୁ ହସୁ ସଂସାର ।।


এই বিষয়বস্তু রেট
প্রবেশ করুন

Similar oriya poem from Inspirational