Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravatirani Mohanty

Others

3  

Pravatirani Mohanty

Others

ସୂର୍ଯ୍ୟାସ୍ତ

ସୂର୍ଯ୍ୟାସ୍ତ

1 min
4



ଢଳି ଢଳି ସୂର୍ଯ୍ୟ ବାରୁଣୀ

ଦିଗେ ଯାଆନ୍ତି ବୁଡି

ଦଳଦଳ ପକ୍ଷୀ ଆକାଶେ

ଧୀରେ ଯାଆନ୍ତି ଉଡି

କିଚିରି ମିଚିରି ଶବଦ

ଶୁଭେ ପକ୍ଷୀଙ୍କ ମେଳି 

ପଶ୍ଚିମ ଦିଗରେ ଅବିର

କିଏ ଦେଇଛି ବୋଳି 

ମହାନଦୀ ଜଳ ଉପରେ 

ପଡି ରବି କିରଣ

ଝଲମଲ ଦିଶେ ରୂପ ତା

କରେ ମନ ହରଣ

ଗ୍ରାମ ବଧୂ ଟିଏ କାଖରେ

ଭରା କଳସି ଧରି

ଗାଁ ଗୋଠୁ ଗାଈ ଘରକୁ

ଧୀରେ ଆସନ୍ତି ଫେରି

ଲେଉଟାଣି ବେଳ ହେଲାଣି

ସୂର୍ଯ୍ୟ ମା କୋଳରେ

ଦିବସର ଅନ୍ତ ହୋଇବ

ଆସେ ରଜନୀ ଧୀରେ ।



Rate this content
Log in