Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଜୟ ମାଆ ଅନ୍ନପୂର୍ଣ୍ଣା

ଜୟ ମାଆ ଅନ୍ନପୂର୍ଣ୍ଣା

1 min
6


 

ଜୟ ଜୟ ସିନ୍ଧୁ ସୂତା ମାଆ ଅନ୍ନପୂର୍ଣ୍ଣା l

ସକଳଜୀବର ମାତ ପୁରାଉ କାମନା ll

ଧନଦାତ୍ରୀ ଅନ୍ନଦାତ୍ରୀ କଇବଲ୍ୟଦାତ୍ରୀ l

ଜଗତଜନନୀ ମାଆ ତୁହି ଜଗଦ୍ଧାତ୍ରୀ ll

ସର୍ଵ ଇଚ୍ଛା ପୂର୍ଣ୍ଣଙ୍କରୀ ତୁହି କାମଧେନୁ l

ଧରଣୀ ଦୁହିଁଲେ ତହୁଁ ମହାରାଜ ମନୁ ll

କରୁଣାମୟୀ କୃପାରୁ ରଙ୍କ ହୁଏ ରାଜା l

ଉଣାହେଲେ ନମିଳଇ କଣ ଖୁଦଭଜା ll

ସର୍ଵ ଐଶ୍ୱର୍ଯ୍ୟ ମିଳଇ ପ୍ରାପ୍ତହୋଇ ଶିରି l 

ଶ୍ରୀମତୀ ଶ୍ରୀପତି ପତି ବୈକୁଣ୍ଠବିହାରୀ ll

ଚଣ୍ଡାଳୁଣୀ ପୂଜି ମାଆ ଐଶ୍ୱର୍ଯ୍ୟ ଲଭିଲା l

ଶ୍ରୀମହାଲକ୍ଷ୍ମୀଙ୍କ ବାର୍ତ୍ତା କାଳକୁ ରହିଲା ll

ଅମାନ୍ୟକରିଲା ମାତ ଅନ୍ଧବଳା ତୋତେ l

ଉରୁଭଗ୍ନେ ପ୍ରାଣଗଲା ବୃକୋଦର ହସ୍ତେ ll

ମହିମାବର୍ଣ୍ଣନେ ତୋର କେବା ସାମରଥା l

ନମସ୍ତେ ନମସ୍ତେ ମାତା ଶଙ୍ଖ ଚକ୍ର ହସ୍ତା ll

ଜୟ ଜୟ ଜୟ ମାତ ଲୋ କରୁଣାମୟୀ l

ଭକ୍ତିଭରେ ମାଆ ତୋର ଚରଣେ ନମଇଁ ll

      


Rate this content
Log in

Similar oriya poem from Inspirational