Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ପଖାଳ ଆସ ଖାଇବା

ପଖାଳ ଆସ ଖାଇବା

1 min
6



ବର୍ଷକ ବାର ମାସ ଲୋ ସଜନୀ

            ବର୍ଷକ ବାର ମାସ

ପାଖଳ ଖାଇବା ଭାରି ହିତ କର 

             ମିଳେ ଆତ୍ମ ସନ୍ତୋଷ ।


ଖରା ଦିନେ ପଖାଳ ଖାଇଲେ ଆମେ

             ଖରା ଦାଉ ରୁ ରକ୍ଷା ପାଇବା

ପଖାଳ ଖାଇ କର୍ମ କରିଲେ ସୁଖେ

              ଦିନ ବିତାଇ ଦେବା ।


ପଖାଳ ଆମ ଜଗନ୍ନାଥ ସଂସ୍କୃତିରେ ମହାନ

            ଏହାକୁ ଖାଏ ଓଡ଼ିଆ ସବୁ ଦିନ

ପ୍ରତି ଘରେ ଘରେ ପଖାଳ ଖିଆ ଯାଏ

             ବଢ଼ି ଚୁରା ସାଥେ ଦହି ରହି ଥାଏ ।


ଗାଁ ଠାରୁ ସହର ସଭିଏଁ ପଖାଳ ଖାଅନ୍ତି

              ସୁଖ ନିଦ୍ରା ରେ ବି ଶୁଅନ୍ତି

ପଖାଳ ଆମ ଶ୍ରମ କୁ ଦୁରେଇ ଦିଏ

              ପାଖଳ ପ୍ରିୟ ଖାଦ୍ୟ ହୁଏ ।


ଚଷା ଭାଇ ପଖାଳ ଖାଇ ଚାଷ କାମ କରେ

            ଖରା ଦାଉ କୁ ସହ୍ୟ କରି ଚାଲେ

ଆସ ଆମେ ଭାଇ ପଖାଳ ଖାଇ ହରଷ 

           ସର୍ବେ ହୋଇ ରହିବା ।


ଆମ ଉତ୍କଳ ରେ ପଖାଳ ଦିବସ ଆମେ 

          ପାଳନ କରି ଖୁସି ପାଇବା ।



Rate this content
Log in

Similar oriya poem from Inspirational