STORYMIRROR

Pranati Mahapatra

Tragedy

3  

Pranati Mahapatra

Tragedy

ଓଁ ନମୋ ଭଗବତେ ବାସୁଦେବାୟ

ଓଁ ନମୋ ଭଗବତେ ବାସୁଦେବାୟ

1 min
13.4K


ତୁମକୁ ମୁଁ ଦେଖିଥିଲି


ଖୋଜୁଛି ତ ପାଉନାହିଁ,


ଛୁଇଁବା ପରଠୁ ମାଟି


ଦେଲ ତ ମୋତେ ଦୂରେଇ,


ବେଳୁବେଳ ହୋଇଯାଏ


ମୁଁ ଯେ ନିଃସହାୟ ।


ଓଁ ନମୋ ଓଁ ନମୋ ଓଁ ନମୋ ଓଁ ନମୋ ଭଗବତେ ବାସୁଦେବାୟ।


କିଛି ବେଳ ଗଡିଗଲା


ଭୁଲି ଯାଇଥିଲି ମୁହିଁ,


ମିଛ ମାୟା କୁହୁଡିରେ


ଫସି ଯାଇଥିଲି ରହି,


ହୋଇଥିଲି ବାଟବଣା


ଭୁଲିଥିଲି ତୁମ ମୁହଁ।


ଓଁ ନମୋ ଓଁ ନମୋ ଓଁ ନମୋ। ଓଁ ନମୋ ଭଗବତେ ବାସୁଦେବାୟ।


ଶୈଶବ,କୈଶୋର ଆଉ


ଯୌବନକୁ ପାରି ହୋଇ,


ଅସତ୍ୟ,ଅନ୍ଧାର ମାୟା


ପରଦା ଗଲା ଦୂରେଇ,


ବହୁତ ଖୋଜି ପାଇଛି


ତୁମକୁ ମୁଁ ଦୟାମୟ,


ଓଁ ନମୋ ଓଁ ନମୋ ଓଁ ନମୋ। ଓଁ ନମୋ ଭଗବତେ ବାସୁଦେବାୟ।


ତୁମେ ଏ ଜଗତେ ସତ୍ୟ


ଆଉ ସବୁ ଯେ ଅସତ୍ୟ,


ଅଢେଇ ଦିନ ଜୀବନ


ମାୟା ବନ୍ଧନରେ ବଦ୍ଧ,


ତୁମ ନାମ ସର୍ବଶ୍ରେଷ୍ଠ


ସବୁ କୁହେଳିକା ମୟ।


ଓଁ ନମୋ ଓଁ ନମୋ ଓଁ ନମୋ ଓଁ ନମୋ ଭଗବତେ ବାସୁଦେବାୟ ।


ପ୍ରଣତି ମହାପାତ୍ର

ବାଲେଶ୍ୱର


Rate this content
Log in

Similar oriya poem from Tragedy