STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଜୀବନ ବାଜି

ଜୀବନ ବାଜି

1 min
6


ସୁଖ କଉଁଠି ବିକ୍ରି ହୁଏନା କି

ଦୁଃଖର ସଉଦା କରି ହୁଏନା

ଶୁଣିଥିଲି


ଲୁହ କଉଁ ହାଟରେ ମିଳେନା କି

ହସଫୁଲ କେଉଁ ବାଡିରେ ଫୁଟେନା

ପଢିଥିଲି


ଅଭାବି ସଂସାର ପରା 

ଅଣନିଃଶ୍ଵାସୀ ମଣିଷ ବିଚରା

ଆଶାର ଝିଞ୍ଜିରେ ବନ୍ଧା

ଭାବନା କବଳେ ଛନ୍ଦା

ଭାବୁଥାଏ ମିଳନ୍ତା କି 

ମଲମ ପୁଡିଆ 

କିଣି ନିଅନ୍ତା ଆଗୁଆ

ସମସ୍ୟା ସମାଧାନ କରନ୍ତା ସର୍ବଥୁଆ 

ଭାବୁଥିଲି


ହାଏ ରେ ହାଏ !

ମଲମ ମିଳେନା କାହିଁ

ଦୋକାନେ କୁଆଡେ ନାହିଁ

ଉଦ୍ଦାବନ କାହିଁ ହେଇ ନାହିଁ


ସବୁ କେବଳ

 କଳ୍ପନାର ମାୟା କୁରଙ୍ଗୀ

ସବୁ କେବଳ

ସୁଖର ଦିବା ସପନ ବହୁରଙ୍ଗୀ

ଆଶା ଆକାଂକ୍ଷାର 

ଅନୁଧାବନ କରୁ କରୁ

ସଫଳତାର ପନ୍ଥା ପଛେ

ଅନୁସରଣ କରୁ କରୁ


ମିଳେ ଅନେକ ଯାତନା

ମିଳେ ଅନେକ ପ୍ରବଞ୍ଚନା

ଛଳନାର କୁହୁଡି ଆସ୍ତରଣ ପରି

ଅନେକ ମିଛ ଆଶ୍ଵାସନା :


ଯିଏ ପିଇ ପାରିଲା ହଳାହଳ 

ଜିତିଲା ଜୀବନ ବାଜି

ଖୁସି ବି ତା'ର

ସୁଖ ବି 'ତା'ର

ହାତ ପାଆନ୍ତାରେ ସବୁ ଅର୍ଜି


ଯିଏ ପିଉ ପିଉ ବାନ୍ତି କରିଦେଲା

ହାରିଲା ମୂର୍ଖ ଅକାର୍ଜି

ଦୁଃଖ ବି ତା' ଭାଗ୍ୟ

ରୋଗ ବି ତା' ବୈରାଗ୍ୟ

ବିକଳେ ଆକଳେ ବିଫଳ ଦର୍ଜି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy