STORYMIRROR

Panchanan Jena

Tragedy

4  

Panchanan Jena

Tragedy

ସବଂସହା ସମାଧି

ସବଂସହା ସମାଧି

1 min
7


ନାରୀ ସଶକ୍ତିକରଣ 

ଅଧୁନା ସମାଜର ଦାବି ବୋଲି

କାନରେ ପଡ଼େ ଅନେକ ଥର

ମାତ୍ର ମନ ମାନେନା

ଆଉ କିଛି କହେ

ମାତ୍ର ଜିଭ ଆଉଡ଼େନା

ଆଉ କିଛି ବାହେ

ମାନିବାକୁ ଏହି ଶବ୍ଦ ଚାଲାକି

କାହିଁକି କେଜାଣି

ତର୍କ ବଳରେ କହିଚାଲେ ବାରମ୍ଵାର ।


ପାଲା ଗାୟକ କହିଲେ ଅତ୍ୟୁକ୍ତି ଛଳରେ

ପୁରୁଷକୁ ଘର ଦରକାର ପଡ଼ିଲା

ବଣ ମଣିଷରୁ ସ୍ଥାୟୀ ମଣିଷ 

ବାରବୁଲା ମଣିଷରୁ ସଭ୍ୟ ମଣିଷ 

ମାଂସଖିଆରୁ କୃଷି କୃଷକ ହେଲା

ମାତ୍ର କଥା ଛିଣ୍ଡିଲା କି ?

ଘର ସମ୍ଭାଳିବ କି'ଏ ?

ଘର ଜଞ୍ଜାଳ ବୁଝିବ କି'ଏ ?

ସ୍ତ୍ରୀ ଗୃହିଣୀ ଦାୟିତ୍ୱ ତୁଲାଇ ଚାଲିଛି

ସେ କାଳୁ ଝାମେଲା ସରିଲା ।


ସମୟ ଖେଳୁଛି ଚକା ଭଉଁରୀ

ବିଳାସୀ ପୁରୁଷ ଚାହିଁଲା ସେବା ଚଉଁରୀ

ସ୍ତ୍ରୀ ବିଚରା ଦାସୀ ରୂପରେ 

ତ୍ୟାଗ କରି ଆସୁଛି ଦୟା କାଉଁରୀ


ବଂଶ ବିସ୍ତାର କରିବା ପୁରୁଷତ୍ବ ମାଗେ

ଯୌବନର ଲାଭା ସ୍ଵାକ୍ଷର ବହନ ବାଗେ

ସ୍ତ୍ରୀ ବିଚରା ମା' ହେଲା

ଗର୍ଭଧାରିଣୀ ରୂପରେ ଭୃଣକୁ ଧରିଲା

ନଅ ମାସ ବହନ କଲା ପାଳିଲା

ଅନ୍ତ ଫାଡି ଜନ୍ମ ହେଲା କୂଳ ନନ୍ଦନ

ସେ ଯାନ୍ତବ ଯନ୍ତ୍ରଣାର ପାଉଣା କାହିଁ

ସେ ମାଗଣା ବଳିଦାନର କଉଡି କାହିଁ 

ହସିଲେ ସମସ୍ତେ ପରିବାର ଆଗେଇଲା

ମାତ୍ର ନାରୀ କୁ ମିଳିଲା କେବଳ

ଶବ୍ଦ ଉପାଧି

ଧରା ଧରଣୀ ଧରିତ୍ରୀ ପରି 

ସର୍ବମ୍ସହା ସମାଧି


ପୁରୁଷକୈନ୍ଦ୍ରୀକ ସମାଜରେ ନାରୀ ସମ୍ମାନ

ଲଙ୍କାରେ ରାମନାମ ଶୁଣିଲା ପରି

କେବଳ ଶବ୍ଦ ପ୍ରହସନ

ମହିଳା ମାନଙ୍କୁ ହେବାକୁ ହେବ ଆଗୁସାର

ନିଜ ସମସ୍ୟା ନିଜେ ମୁଣ୍ଡାଇ

ସମାଧାନ କର 

ଉତ୍ଥାନ କର

ଉଦ୍ଧାର କର

ଭୂପତିତ ନାରୀକୂଳ ସମ୍ମାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy