ମଧ୍ୟାନ୍ତର
ମଧ୍ୟାନ୍ତର
କବିତା - ମଧ୍ୟାନ୍ତର
ରଚନା - ପଞ୍ଚାନନ ଜେନା
ତାରିଖ -୨୫-୦୧-୨୦୨୬
+++++++++++++++++
ବୟସ
ସମୟ ହାତରେ ପରା ଜଉ କଣ୍ଢେଇ
ସମୟ ସୁବିଧା ଦେଖି ଦିଏ ଭଣ୍ଢେଇ
ବୟସ
ପଥରେ ନାହିଁ ପଥର କନ୍ଦରେ ବି ନାହିଁ
ପତ୍ରରେ ନାହିଁ ପତ୍ର ଗହଳରେ ବି ନାହିଁ
ବିନ୍ଦୁରେ ନାହିଁ ବିନ୍ଦୁ ବଳୟରେ ବି ନାହିଁ
ସିନ୍ଦୁରେ ନାହିଁ ସିନ୍ଧୁ ସଦନରେ ବି ନାହିଁ
ବୟସ
ଧୂଳୀରେ ନାହିଁ ଧୂଳୀ କଣାରେ ବି ନାହିଁ
ବିଗ୍ରହରେ ନାହିଁ ଆଗ୍ରହରେ ବି ନାହିଁ
ଧୂଆଁରେ ନାହିଁ ଧୂଆଁବାଣରେ ବି ନାହିଁ
ବର୍ଷରେ ନାହିଁ ଅଧିବର୍ଷରେ ବି ନାହିଁ
ବୟସ
ସମୟ ନିର୍ଦ୍ଦେଶରେ ବଢ଼େ ବି ଛିଡେ ବି
ସମୟ ଡ଼ାକରାରେ ଦୈଡ଼େ ବି ଗର୍ଜେ ବି
ସମୟ ସୁଅରେ ଭାସେ ବି ପହଁରେ ବି
ସମୟ ସାଥୀରେ ବସେ ବି ହସେ ବି
ବୟସ ତା' ହେଲେ
ବର୍ଷ ମାସ ଦିନ ଘଣ୍ଟାର ସମାହାର
ଜୀବନ ମରଣ ମଧ୍ୟରେ ମଧ୍ୟାନ୍ତର
ନିଃଶ୍ୱାସ ବିଶ୍ୱାସ ମଝିରେ ଇସ୍ତାହାର
କୁଆଁକୁଆଁ ରାମନାମ ଭିତରେ ନାଟ୍ୟାନ୍ତର
