STORYMIRROR

Panchanan Jena

Inspirational

4  

Panchanan Jena

Inspirational

କର୍ମ କୁଶଳ

କର୍ମ କୁଶଳ

1 min
1

କବିତା - କର୍ମ କୁଶଳ
ରଚନା - ପଞ୍ଚାନନ ଜେନା
ତାରିଖ -୨୦-୦୧-୨୦୨୬
 ++++++++!++++++++
 କଥା କୁହାଳିଆ/ ପବନା ଦଳିଆ/କାମକୁ ନୁହଁନ୍ତି କେବେ
 ସବୁ ସ୍ଥାନରେ / ସବୁ କାମରେ/ ମୁଣ୍ଡ ପଶେଇବେ ସର୍ବେ
 ବାଗେଇ ବଙ୍କେଇ/ ଛଳ ଲଗେଇ / ବଢ଼େଇ ଚଢ଼େଇ ବାଗେ
ଶୃତି ସୁମଧୁର/ ଉପଦେଶ ପ୍ରବର / ଉସୁକେଇ ଦେବେ ସାଙ୍ଗେ

 କାମିକା ସତ୍ଜନ/ କର୍ମବୀର ଜନ/ ଧିର ସ୍ଥିର ମହାଭାଗ
 ଧିର ବଚନ / ସୁଧିର ଆନନ / ନ୍ୟାୟରେ ମିଶାନ୍ତି ତ୍ୟାଗ
ଲୋକଙ୍କ ହିତରେ/ ସମସ୍ୟା ବେଳରେ / ଛାତି ପତେଇବେ ଆଗ
ପର୍ବତ ସମାନ / ଧୌର୍ଯ୍ୟ ସିଂହାସନ/ ସମାଧାନେ ସାରନ୍ତି ରାଗ

 ଦଣ୍ଡକିରି ପ୍ରାୟ /ଅଳ୍ପଜଳେ ହାୟ / ଧରାପଡ଼ନ୍ତି ଆଗ
 ଅର୍ଦ୍ଧକୁମ୍ଭ ପରି / ଛିଟିକି ଫୁତ୍କାରୀ/ ଶବ୍ଦମୟ ବାଗ
ଗରଜନ୍ତି ଆଗ/ ଚିଲ୍ଲାଇବେ ବାଗ/ ଲାଙ୍ଗୁଡ଼ ଜାକିବେ ଫାଗ
 ନୀଳବର୍ଣ୍ଣ ଚର/ ପକ୍କା ଟାଉଟର/ ଜୁହାର କରିବ ତ୍ୟାଗ

 କର୍ମମୟ ପଥ/ କର୍ମ କଷଣ ଶପଥ / କର୍ମ ଆଦରି ନିଅ
 କର୍ମବୀର ପରି/ସ୍ୱହସ୍ତେ ବିଶ୍ୱାସ କରି/ କର୍ମ କୁଶଳୀ ହୁଅ


Rate this content
Log in

Similar oriya poem from Inspirational