ଓଁ ନମଃ ଭଗବତେ ବାସୁଦେବାୟ
ଓଁ ନମଃ ଭଗବତେ ବାସୁଦେବାୟ
ମଙ୍ଗଳା ଚରଣ
.......................
"କ" ଠାରୁ "କ୍ଷ "
ପ, ଫ, ବ, ଭ, ମ
(ପ )
ପୂର୍ଣ୍ଣତାରେ ଯାହା ପ୍ରାପ୍ତ ତାହା ଅପୂର୍ଣ୍ଣ ଅତୃପ୍ତ
ବୁଝିବା ବେଳକୁ ଚାଲିଯାଏ ଯୌବନ l
ପୁତ୍ର ଦୁହିତା ଘରଣୀ ସଭିଙ୍କୁ ଆପଣା ମଣି
ବୃଦ୍ଧାବସ୍ଥାରେ ହୁଅଇ ସେ ଅବତୀର୍ଣ୍ଣ l
ପାଥେୟ କରି ଆଶାବାଡ଼ି
ପୂର୍ବଭାଗ୍ୟ ଥିଲେ ପ୍ରଭୁ ନାମକୁ ପଢ଼ି l21l
(ଫ )
ଫନ୍ଦାକରି ହରିନାମ କରେନାହିଁ ଉଚ୍ଚାରଣ
କାଳବଳେ ପଞ୍ଚମହାଭୂତ ରେ ମିଶେ l
ଫଳରେ ଆଶା ରଖିଣ ପ୍ରାଣ ହୁଅଇ ଦହନ
ପରକାଳ ସୁକୃତ ରାଶିକୁ ବିନାଶେ l
ଫଳାଫଳ ସର୍ବ ତୁମର
ଫଳଦାତା ଶ୍ରୀକୃଷ୍ଣ ପାଦେ ନମସ୍କାର l22l
(ବ )
ବନ୍ଦଇ ନନ୍ଦ ନନ୍ଦନ ଗୋପୀକା ହୃଦ ଚନ୍ଦନ
ହେ ମାଧବ ମଦନ ମୋହନ ଗୋବିନ୍ଦ l
ବୁଦ୍ଧି ଜ୍ଞାନ ନାହିଁ ମୋର ବାତୁଳ ବୋଲିବେ ନର
ବେଦ ପ୍ରଭେଦ ଜ୍ଞାନରେ ନାହିଁ ମୋ ଭେଦ l
ବିଜ୍ଞ ନୁହେଁ ନୁହେଁ ବିଜ୍ଞାନୀ
ବୁଦ୍ଧେ ଅନୁସରି କରେ ଧରେ ଲେଖନୀ l23l
(ଭ )
ଭାରତର ଜ୍ଞାନ ସୁଧା ଧବଳୀ କରି ବସୁଧା
ବ୍ରହ୍ମାଣ୍ଡ ଭାଣ୍ଡରେ ପୂଣ୍ୟ ପରିପୂରିତ l
ଭାରତ ବର୍ଷ ଭ୍ରମଣ କରି ବାହ୍ୟ ଜ୍ଞାନୀ ଗଣ
ପାଶ୍ଚାତ୍ୟ ଦେଶରେ କଲେ ପରିବାହିତ l
ଭାବ ଜ୍ଞାନ ବୁଦ୍ଧିର ଗାଥା
ଭ୍ରମ ଭାରତୀୟ ଆଜି ଆଶ୍ଚର୍ଯ୍ୟ କଥା l24l
(ମ )
ମର କଳେବର ଧରି ଅମର ଯହିଁ ବିହରି
ମର୍ତ୍ତ୍ୟପୁରେ ମହାଜନ ପଥ ଦେଖାଇ l
ମଙ୍ଗଳ ପବିତ୍ର ଗୀତ ହୋଇଛି ଯହିଁ ନିଃସୃତ
ମହିମା ଅନନ୍ତ କଳି ନପାରେ କେହି l
ମହତ ବିସ୍ତୃତ ବିଚାର
ମହାନ ସଂସ୍କୃତି ଶାଳୀନତା ଆଚାର l25l
