STORYMIRROR

Kshitish Jena

Inspirational

4  

Kshitish Jena

Inspirational

ଓଳାଶୁଣୀ ମେଳା

ଓଳାଶୁଣୀ ମେଳା

1 min
247


ପ୍ରତିବର୍ଷ ପରା ମାଘ ମାସ କୃଷ୍ଣ

ଏକାଦଶୀ ତିଥି ଠାରୁ

ନଅଦିନ ଧରି ଓଳାଶୁଣୀ ମେଳା

ହୁଏ ପ୍ରଭୁଙ୍କ କୃପାରୁ ।


ଦିନ ଥିଲା ଦିନେ ସେହି ସ୍ଥାନେ ପରା

ସନ୍ଥ ଅରକ୍ଷିତ ଦାସ

ନିରୋଳା ନିଶବ୍ଦ ପାହାଡ଼ ଉପରେ

ଥିଲେ ସେ ସାଧନାରତ ।


ଓଁକାର ଧ୍ଵନିରେ ଓଳାଶୁଣୀ ପୀଠ

ହେଉଥିଲା ପ୍ରକମ୍ପିତ 

ରୋଗ ଶୋକ ଦୂର କରେ ଓଁ ଧ୍ଵନି

ମନ ଲାଗେ ପ୍ରଫୁଲ୍ଲିତ ।


ସନ୍ଥ ଅରକ୍ଷିତ ଦାସଙ୍କ ମତରେ

ସବୁରି ଧର୍ମ ସମାନ 

ତାଙ୍କ ପୀଠେ ଜାତି ଧର୍ମ ଭେଦ ନାହିଁ

ନୁହେଁ କେହି ବଡ଼ ସାନ ।


ଅରକ୍ଷିତ ଦାସ ତାଙ୍କ ପଟ୍ଟଶିଷ୍ୟ

ଆଜିତ କେହି ନାହାନ୍ତି

ମାତ୍ର ତାଙ୍କ ଶିକ୍ଷା ସମାଧିସ୍ଥ ପୀଠ

ରହିଅଛି ହୋଇ ସ୍ମୃତି ।


ପୀଠକୁ ଯିବାକୁ ପାହାଚ ହୋଇଛି

ଗାଡ଼ି ଯିବା ରାସ୍ତା ଅଛି

ସାଧୁସନ୍ଥ ସ୍ଥିତି ଦିଅଁଙ୍କ ମନ୍ଦିର

ପାର୍କ ଶୋଭା ବଢ଼ାଉଛି ।


ଦୂର ଦୂରଦୂରାନ୍ତରୁ ଆସନ୍ତି ଭକତ

ମାନସିକ ମନେ ରଖି

ଓଳାଶୁଣୀ ପୀଠ କଳ୍ପବୃକ୍ଷେ ସିଏ

କାଛିଆ ବାନ୍ଧି ଦିଅନ୍ତି ।


ଏହି ପୀଠ ପରା ଯାଜପୁର ଜିଲ୍ଲା

ବଡଚଣା ମଣ୍ଡଳରେ

ଚଣ୍ଡିଖୋଲ ପାରାଦୀପ ମାର୍ଗେ ଗଲେ

ପଡ଼ଇ ଏହା ବାଟରେ ।


ଓଳାଶୁଣୀ ପୀଠେ ପୋଡ଼ପିଠା ତଥା

ଶୁଖୁଆ ଭୋଗ ଲାଗଇ

ଓଳାଶୁଣୀ ଗୁମ୍ଫା ମେଳାରେ ଭକ୍ତଙ୍କ

ବହୁ ଭିଡ଼ ଲାଗେ ଭାଇ ।


ନାନା ଦୋକାନ ଓ ଯାତ୍ରା ପାର୍ଟିରେ

ମେଳା ଭାରି ଭିଡ଼ ହୁଏ

ଶ୍ରୀମନ୍ଦିର ଦରଶନ ସମ ପୁଣ୍ୟ

ଏଠୁ ସତେ ମିଳିଥାଏ ।



Rate this content
Log in

Similar oriya poem from Inspirational