STORYMIRROR

Lalit kumar Swain

Romance Tragedy Classics

3  

Lalit kumar Swain

Romance Tragedy Classics

ଓଜନିଆ ହୃଦୟ

ଓଜନିଆ ହୃଦୟ

1 min
200


ଷୋହଳ ଲୁହର ଅସହ୍ୟ ଶ୍ରାବଣ ପରେ 

ବତିଶ ବର୍ଷରେ ଶେଷ ପାହାଚରେ

ତୋଳିଥିଲି ସେଦିନ ସ୍ମୃତିକୁ ମୋ ହାତ ପାପୁଲିରେ

ଖେଳିଥିଲେ ଅସମ୍ଭବ ନୀରବତା ଭାବନାରେ।


ନିଶ୍ୱ ପ୍ରାଣେ ସଂଚରିଲା ଚେତନା ନବୀନ

ଭରିଗଲା ଅସରନ୍ତି ସାହସର ଚିହ୍ନ

ଦୀର୍ଘ ଦିନ ବ୍ୟବଧାନେ ଧନ୍ୟ ଏ ନୟନ

ପୁଣି ଥରେ ଶିତେଇଲା ଆଞ୍ଜୁଳାଏ ସ୍ବପ୍ନ।


ଡାକିଲେ ଆସିବି ତମ ବକ୍ଷ ଦେଶ ଚିରି

ଡେଇଁ ଯିବି ନଇ ସାତ ଦରିଆ ପହଁରି

ଡାକିବକି ହେଉ ମିଛେ ଥରେ ହାତ ଠାରି

ତମ ପାଇଁ ତମ ନାଶି,ଦେବି ବିହାୟସ ଚିରି।


ଦୀର୍ଘ ଦିନ ବେଦନାର ପରିସୀମାରେ ଠିଆ ହୋଇ,

ହୃଦୟ କରିଥିଲା ମନା.......

ହସି ଅଳ୍ପ କହିଥିଲି , ମନର ଅବ୍ୟକ୍ତ ବେଦନା

ଝରୁଥିଲା ଭାଙ୍ଗି ଲୁହ , ସୂକ୍ଷ୍ମ ଝିଲି ଦେଇ

ପୁରୁଥିଲା ମନୋରଥ କିଛି କ୍ଷଣ ପାଇଁ।


ଲାଜକୁଳୀ ପତ୍ରକ ସ୍ପର୍ଶ ସ୍ୱଳ୍ପ ପ୍ରାପ୍ତି ପାଇ

ମିଥ୍ୟା ହସେ , ଆଖି ପତ୍ତା ଆସ୍ତେ ଆସ୍ତେ ନଇଁ

ମିଠା ସ୍ମୃତି , ଅଳ୍ପ ଡର ଭରି ସେ ଦିନରୁ

ଆଜିବି ଉଜ୍ଜୀବିତ ...

ସ୍ପଷ୍ଟ ପ୍ରତୀୟମାନ ପ୍ରାଥମିକ ସ୍କୁଲ ପରିସରରୁ।


ହସୁଥିଲା ତମ ଗାଁ ନଈର ସେ ଚହଲା ପାଣି

ହସୁଥିଲା ସବିତା ଲୋହିତ କିରଣେ,  

କାମିନୀ ଗଛର ଟିକି ଟିକି ପତ୍ର ଉହାଳରେ

ଅଟହାସ୍ୟ କରୁଥିଲା ଜହ୍ନ ଆଲୁଅ ତେଣେ।


ସେଦିନର ଭାବନା ସମ୍ଭାବନା ଆଜି କେବଳ ସ୍ମୃତି

କଷ୍ଟ ହେଲେବି ଗ୍ରହଣଯୋଗ୍ୟ

ଫେରିଥିଲି , ଓଜନିଆ ହୃଦୟକୁ ବହି

ଝରୁଥିଲା ଆଖି ,ଓଠରୁ ମିଠା ମିଠା ନଈ।







Rate this content
Log in

Similar oriya poem from Romance