STORYMIRROR

Santanu Bisoi

Classics

2  

Santanu Bisoi

Classics

ଓଡ଼ଗାଁ।

ଓଡ଼ଗାଁ।

1 min
361

କଳା ସଂସ୍କୃତିର ସ୍ଵର୍ଣପ୍ରସୂ ମାଟି

ଶିରା ପ୍ରଶିରାରେ କଳା,

"ବାଉଁଶରାଣୀ"ର ଉଦ୍ଭବ ଏଇଠି

ବିଦେଶେ ପ୍ରଖ୍ୟାତ ହେଲା


"ଏକକ ଅଭିନୟ" ଚେତନା ବାର୍ତା

ଏ ମାଟିରେ ଭରିଥିଲେ,

ବାଞ୍ଛାନିଧି ଶତପଥୀ "କଳାନିଧି" 

ରାଜ୍ୟରେ ବିଦିତ ହେଲେ


ରଘୁନାଥ ପିଠେ ସାଧନାରେ ସିଦ୍ଧି

ବୀର ଉପଇନ୍ଦ୍ର ହେଲେ,

ସେ "କବି ସମ୍ରାଟ" ପୁର ପଲ୍ଲୀ ନଗ୍ରେ

କଳା ବାଣ୍ଟି ଦେଇ ଗଲେ


ଶ୍ୟାମଳଂ ଶାନ୍ତ ମୂର୍ତ୍ତି ରଘୁନାଥ

ଏ ମାଟିର ଭାବ ନାହା,

ଏଇ ସେ ପବିତ୍ର ଉଡ୍ର ଉତ୍କଳ

ଓଡ଼ଗାଁ ତାର ନାଆଁ


Rate this content
Log in

Similar oriya poem from Classics