STORYMIRROR

linki barik

Inspirational Others

3  

linki barik

Inspirational Others

"ନ୍ୟାୟାଧିଶ"

"ନ୍ୟାୟାଧିଶ"

1 min
206

ହେ ଆଧୁନିକ ଯୁଗର ନ୍ୟାୟାଧିଶଗଣ

ତୁମ୍ଭ ପଦେ ମୋର କୋଟି ପ୍ରଣିପାତ।


ଏପରି ନ୍ୟାୟରେ ମୁଁ ବିମୋହିତ କି ଚକିତ

ବିରକ୍ତ କି ଅନୁରକ୍ତ

ଆନନ୍ଦ କି ତିକ୍ତ

ନିଜେ ମଧ୍ୟ ଅଜ୍ଞାତ ସେ ବାରେ

ନ୍ୟାୟ ଚାଲେ ଏଠି କୁହେଳୀ ପ୍ରହେଳିକାରେ।


ତେଲିଆ ମୁଣ୍ଡରେ ତେଲ ବୋଳବାରେ ସୀମିତ ନ୍ୟାୟର ଚର୍ଯ୍ୟା,

ଝିଣ୍ଟିକା ମାରି ବଣୀ ପୋଷିବା ମଧ୍ୟ ବେଶ୍ ବଳିଷ୍ଠ ସଜ୍ଜା।


ଆଜି ନ୍ୟାୟ ଖୋଜୁଛି ଆଲୋକ 

କେବେ ଦିବସ୍ଵପ୍ନ ସେ କେବେ ବାସ୍ତବ,

ଏ ବିବେକର ଆନ୍ତରିକ ସ୍ୱର ନ୍ୟାୟ

ବିବେକ ବି ବେଳେବେଳେ ମାନିଯାଏ ହାର

ନ୍ୟାୟାଧିଶ ମାନଙ୍କ ନ୍ୟାୟ ସ୍ଵରରେ।


ପକ୍ଷପାତିତା ଏକପକ୍ଷର ନିଶ୍ଚଳ ପ୍ରୟୋଜନ ନ୍ୟାୟରେ,

ଧର୍ମ ସମବେତ ସତ୍ୟ ନିରପେକ୍ଷତା ଅଶେଷ ଲୋଡା ଏ "ନ୍ୟାୟ" ଶବ୍ଦରେ।


ନ୍ୟାୟ ନାମକ ପ୍ରହେଳି ଯଦି ବାସ୍ତବ ହୁଅନ୍ତା

ତେବେ ସମାଜ ଉଭୟ ପୁରୁଷ–ନାରୀ କୈନ୍ଦ୍ରିକ ହୁଅନ୍ତା,

କେଉଁ ନାରୀ ଧର୍ଷଣର ଶିକାର ନହୁଅନ୍ତା

କେଉଁ ଦୁର୍ବୃତ୍ତ ବକ୍ଷ ଫୁଲାଇ ନପାରନ୍ତା ।


ସବୁ ନ୍ୟାୟାଧିଶ ହୁଅ ଯୁଧିଷ୍ଠି,

ତୁମ୍ଭ ଆଗେ ଏହି କାମନା ମୋହର।


ନାରୀକୁ ମିଳୁ ସ୍ୱଧୀନତାର ଅଧିକାର,

ତୁମ୍ଭ ଆଗେ ଏହି କାମନା ମୋହର।


ହେ ଆଧୁନିକ ଯୁଗର ନ୍ୟାୟାଧିଶ ଗଣ

ତୁମ୍ଭ ପଦେ ମୋର କୋଟି ପ୍ରଣିପାତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational