STORYMIRROR

MADHU MITA

Tragedy

3  

MADHU MITA

Tragedy

ନ୍ୟାୟ ଶୃଙ୍ଖଳ

ନ୍ୟାୟ ଶୃଙ୍ଖଳ

1 min
148


ଦୁହିତା ମୁଁ..

ସ୍ନେହମୟୀ ଜନନୀ ବନିତା..

କଲ୍ୟାଣ ମୟୀ ଅଟେ ଭଗିନୀ ମୁଁ ସୂତା..

ତେବେ କିପରି ହେଲି ଏହି ଜଗତେ ଆଜି !

କଳଙ୍କିନୀ ପାପିନୀ..ପତିତା.. ଦୁଶ୍ଚରିତ୍ରା..!


କ୍ଷଣିକ ଉତ୍ତେଜନା..

ପାଶବିକ ପ୍ରବୃତ୍ତି କି କାମାନ୍ଧ..

ନୁହେଁ କେବେ ଏହା ଯେ ମୋହରି ଅନ୍ତର୍ଦ୍ୱନ୍ଦ !

ତେବେ ପରିସର ଭୂକ୍ତ ନୁହେଁ ଯାହା !

ହେଲା କିପରି ତାର ମୋ ନାମ ସହ ସମ୍ବନ୍ଧ..!


ପାଞ୍ଚାଳୀ ଚଢ଼ିଲା ବଳୀ..

ପଶା ଖେଳ ପାଶ ବନ୍ଧକେ..

ପାଣ୍ଡବ କୃତ ଭୁଲ୍ ଗଣନାର ଫନ୍ଦେ..

କୁରୁସଭାରେ କୁରୁ କୂଳବଧୁ ଯେ କାନ୍ଦେ..!


ଅନ୍ୟାୟୀ ଦଶାନନ ପ୍ରବଳ ଅତ୍ୟାଚାର..

ବଧ ହେତୁ ବିଷ୍ଣୁ ହେଲେ ବଦ୍ଧ ପରିକର

ଜନକ ନନ୍ଦିନୀ ହୋଇ ତା ଶଠତା ଶିକାର

ଚରିତ୍ର କଳଙ୍କେ ହେଲେ ଭୂମି ମଧ୍ୟେ ସ୍ଥିର..!


ରାଜେନ୍ଦ୍ର କାମନା ବାଲେ ଗୌତମ ରୂପେ ଆସି..

ଅହଲ୍ୟା ସମ୍ମୁଖରେ ଛଦ୍ମବେଶରେ ପ୍ରକାଶି

ପାପ ଅପରାଧ କରି ମୁକ୍ତ ଇନ୍ଦ୍ର ଅବିନାଶୀ

ପାଷାଣ ନାରୀ ରାମ ପଦେ ହେଲା ବିଶ୍ବାସୀ..!


ଶତତ ନିର୍ଭୟାର ବୁକୁ ଫଟା କ୍ରଂଦନ..

ଶୁଭେନି କର୍ଣ୍ଣେ କି ନ୍ୟାୟ ହୁଏନି ସନ୍ଧାନ!

ଯୁଗେ ଯୁଗେ ଏଠି ଶୃଙ୍ଖଳ ଯୁକ୍ତ ନାରୀ ଶକ୍ତି..

ନ୍ୟାୟ ସଂଗ୍ରାମେ ନିଜେ ନ୍ୟାୟ ହିଁ ଖୋଜେ ମୁକ୍ତି..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy