ନ୍ୟାୟ ଅନ୍ୟାୟ
ନ୍ୟାୟ ଅନ୍ୟାୟ
ଜୀବ ବଦ୍ଧ ମାତ୍ର ଅନ୍ୟାୟ ତ ସତ
ଆମ୍ଭ ଜଗତରେ ।
ନିଜେ ନ ମାରି ବିଲେଇ ପୋଷ ହେ
ନ୍ୟାୟ ସଂଗତରେ ।
ପ୍ରତ୍ୟକ୍ଷ ଭାବ ରେ ମୂଷା କୁ ମାରିଲେ
ପାପ ଦୃଷ୍ଟ ହୁଏ ।
ପୋଷା ବିଲେଇ ତାହାକୁ ଖାଇଲେ
ପୂଣ୍ୟ ସବୁ ଥାଏ ।
ତମ ପାଇଁ ଯାହା ଅନ୍ୟାୟ ଅଟେ
କା ପାଇଁ ନ୍ୟାୟ ବିଷୟ ।
ସଂସାର ର ଗତି ବଡ଼ ବିଚିତ୍ର ୟେ
ମୀମାଂସାର ହୁଏ ଥୟ ।
ଚାରି ବର୍ଣ୍ଣ ପ୍ରଭୁ ସୃଷ୍ଟି କରିଛନ୍ତି
ଚେତନା ହୃଦୟେ ଖଞ୍ଜି ।
ବ୍ରାହ୍ମଣ କର୍ମ ଶୁଦ୍ର ଯଦି କରେ
ବଢ଼ି ଯାଏ ପାପ ପୁଞ୍ଜି ।
ଅଧର୍ମେ ନିଧନଂ ଶ୍ରେୟ କହିଛନ୍ତି
ଆମ ଗୁରୁ ଦେବ ଶଙ୍କର ।
ସ୍ବଧର୍ମ ପାଳନ ଅଟଇ ନ୍ୟାୟ ଯେ
ଅନ୍ୟାୟ ନଥାଏ ତାହାର ।
ଭୁଜଙ୍ଗ ନୀର୍ମୋକ ତେଜିଲା ପରାୟେ
କରେ ଅନ୍ୟାୟ ବର୍ଜନ ।
ଜିତେନ୍ଦ୍ରିୟ ବୋଲି ସେହି ମହାଜନେ
ପୂଜନ୍ତି ଜଗତ ଜନ ।
ନ୍ୟାୟ କଲେ ତୁମ୍ଭେ ନ୍ୟାୟ ତ ମିଳଇ
ଅନ୍ୟାୟର ହୁଏ ଅନ୍ତ ।
ନ୍ୟାୟ ର ଗ୍ରହୀତା ନ୍ୟାୟ ଦାତା ଦୁହେଁ
ଏ ଭୁବନେ ଭାଗ୍ୟ ବନ୍ତ ।
ଦିବ୍ୟ ଧାମ ସୁଧା ତରଙ୍ଗିଣୀ ତଟୁ
ଆସୁଛି ଅନ୍ୟାୟ ନ୍ୟାୟ ।
ପ୍ରାଣୀ ମାନଙ୍କର ଅମୁଲ୍ୟ ଜୀବନ
ଭାରାକ୍ରାନ୍ତ ଏଠି ପ୍ରାୟ ।
