STORYMIRROR

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ନୂତନ ଆରମ୍ଭ, ନୂତନ ତୁମେ

ନୂତନ ଆରମ୍ଭ, ନୂତନ ତୁମେ

1 min
364

ପୁରୁଣା ଯାଇଛି ଚାଲି ନୂତନ ଆରମ୍ଭ

ନୂତନ ତୁମେ ଭଲ ଲାଗେ ତୁମ ବଧୂ ବେଶ

ଭଲ ଲାଗେ ତୁମ ମିଠ ମିଠା ମଧୁଝରା ହସ

 ଆଣିଛ କି ସାଥେ ତୁମ ପ୍ରୀତିର ପୀୟୁଷ

 ଅସୀମ ସୁଖ ସମୃଦ୍ଧି ଅବା ପ୍ରତାରଣା ବିଷ

କରିବ କି ପ୍ରଶଂସା ମୋହର ଅବା ପରିହାସ ।


ଆଣିବ କି ସୁଖଶାନ୍ତି ଶୁଭମୟ ଫଳ

ମନେ ଅଫୁରନ୍ତ ଖୁସି ଆନନ୍ଦ ସକଳ 

ସତେ କି ପ୍ରଚେଷ୍ଟାମାନ ହୋଇବ ସଫଳ

ହୋଇବି ସଫଳ କାମ କାର୍ଯ୍ୟରେ ସକଳ

ନୀଳ କଇଁ ଯେହ୍ନେ ଜଳେ ହୁଏ ଢଳଢଳ

ସମୟ ସରସେ ଭାଗ୍ୟ ହୁଏ ଟଳମଳ ।


ନୂତନ ତୁମେ ମୋ ଜୀବନେ ହେବ ସ୍ମରଣିୟ

ପରଷିଣ ସ୍ନେହ ପ୍ରେମ ଭକ୍ତି ପ୍ରୀତିଚ୍ଚୟ

ନୂତନ ଆରମ୍ଭେ ହେଉ ମନ ଆଶାମୟ

ଆତ୍ମ ବିଶ୍ବାସରେ ଭରା ହେଉ ମୋ ହୃଦୟ

ଦୃଢଆଶା ମନେ ପୁରା ବିଶ୍ବାସେ କାର୍ଯ୍ୟମୟ

ହୋଇବ ବୀଜୟ ମୋର କରିବି ମୁଁ ଜୟ ।


ହଟିଯିବ ଦୁନିଆରୁ ରୋଗ ଶୋକ ଭୟ

ଯୁଦ୍ଧ ତେଜି ଶାନ୍ତିକାମୀ ମାନବତାମୟ

ଅସ୍ତ୍ର ତେଜି ହିଂସା ଛାଡି ଜିତିଣ ହୃଦୟ

ବିଶ୍ବ ହେଉ ଶାନ୍ତି ମୈତ୍ରୀ ବୈଜୟନ୍ତୀମୟ

ସତ୍ୟ ଶାନ୍ତି ଅହିଂସାର ହୋଇବ ବିଜୟ 

ସର୍ବେ ସୁଖେ ନିବସନ୍ତୁ ହେଉ ଶାନ୍ତିମୟ ।





Rate this content
Log in

Similar oriya poem from Abstract