STORYMIRROR

Hrushikesh Satpathy

Inspirational

3  

Hrushikesh Satpathy

Inspirational

ନୂତନ ଆଲୋକ

ନୂତନ ଆଲୋକ

1 min
13.3K


ଦରଦୀ ଅତୀତ !

ଯନ୍ତ୍ରଣା ସିକ୍ତ,ଅନ୍ଧାରୀ ମୂଲକ ପରି।

ଦିଏ ଖାଲି ନିଷ୍ଠୁର ବେଦନା।

ଅନାଅନି ତାକୁ

ଠେଲିଦିଅ ପଛକୁ ପଛକୁ।

ବଞ୍ଚି ତ ପାରିବ ତୁମେ !

ଭୁଲି ସେଇ ନିର୍ମମ ଯାତନା।

ସିଏ ଯେ ନିଷ୍ଠୁର, ହଜିଯାଉ

ନିର୍ଲିପ୍ତ ହୋଇଯାଉ ସମୟ ସ୍ରୋତରେ

ଲିଭିଯାଉ ତାର ଅସ୍ଥି ମଜ୍ଜା

କଳଙ୍କି କଙ୍କାଳ।

ଦେଖ !

ଦୂର ଦିଗ୍ବଳୟ ହସି ହସି ପାଖେଇ ଆସୁଛି।

ହାତ ଠାରି ଡାକୁଅଛି ସୁନ୍ଦର ଆଗାମୀ।

ଦ୍ଵାରେ ତୁମ ଠକ୍ ଠକ୍ ଶବ୍ଦ

ସହାସ୍ୟ ବଦନେ ସୁନୀଳ ସପନ

ଛିଡ଼ା ହୋଇ ଇସାରା କରୁଛି।

ମୁଁ ତୁମର ପ୍ରଜ୍ଞା ପାରମିତା ।

ମନଛୁଆଁ ଭବିଷ୍ୟତ

ବିସ୍ତୃତ ବୈଦେହୀ।

ମୋ ହାତରେ ମେଞ୍ଚାଏ ସପନ

ନେଇଯିବି ଆଗକୁ ଆଗକୁ।

ତୁମପାଇଁ ସାଇତିଛି ବିପୁଳ ସମ୍ମାନ।

ଯଶ ଆଉ ଖ୍ୟାତି

ଜ୍ଵଳନ୍ତ ଜୀବନ୍ତ

ଶୃଙ୍ଖଳିତ, ସ୍ପନ୍ଦିତ ବ୍ୟକ୍ତିତ୍ଵ

ଏଇୟା ହିଁ ତୁମପାଇଁ ନୂତନ ଆଲୋକ

ତୁମ ପାଇଁ ବଳିଷ୍ଠ ଜୀବନ।


Rate this content
Log in

Similar oriya poem from Inspirational