Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prajna Paramita Mohanty

Classics

3  

Prajna Paramita Mohanty

Classics

ନୂଆବର୍ଷ

ନୂଆବର୍ଷ

1 min
205


ନୂଆବର୍ଷ, ତୁମେ ପ୍ରତିଥର ଆସ ଆଗାମୀ ସ୍ଵପ୍ନର ତାଲିକା ନେଇ

ବିଦାୟ ବେଳରେ ଚାଲିଯାଅ ପୁଣି ଆସିବାର ଅନ୍ୟ ଭରସା ଦେଇ |


ପୁଣି ସେଇ ଦିନ, ପୁଣି ସେଇ ରାତି ନୂତନତ୍ଵ କିଛି ସେଥିରେ ନାହିଁ

ସବୁ ତ ପୁରୁଣା ଜାଣିବି ଅଜଣା ମଣିଷ ଲାଗିଛି ବାହାବା ପାଇଁ |


କିଏ ଏଠି ପର, କିଏ ବା ନିଜର ହିସାବ କିତାବ ନାହିଁରେ ଭାଇ

ବଞ୍ଚିବା ପାଇଁ କି ବାହାନାଟେ ଲୋଡା ସତ ବା ମିଛର ଦେଇ ଯେ ଦ୍ଵାହି |


ଗଡି ଯେ ଚାଲିଛି ସମୟ ସ୍ରୋତର କଙ୍କରିଳ ପଥେ ଜୀବନ ନଈ

ଖେଳ ବି ଚାଲିଛି ସଂସାରେ ସେମିତି ସୁଖ-ଦୁଃଖ ଅବା ଖରା-ଛାଇ |


ନୂଆବର୍ଷ ତୁମେ ପୁଣି ଥରେ ଆସ ନୂତନ ଆଶାର କିରଣ ହୋଇ

ବିଭୁଙ୍କ ପାଖରେ ମିନତି ଆଜି, ସାକ୍ଷୀ ଓ ସାହା ଯା' ଅଟନ୍ତି ସାଇ |


Rate this content
Log in