Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Children

4  

Aishwarya Mishra

Children

ନୂଆ ସକାଳ

ନୂଆ ସକାଳ

1 min
404


 


ପାହିଛି ରଜନୀ ହସୁଛି ଧରଣୀ ନୂଆ ସକାଳ ସ୍ପର୍ଶରେ

ଅଳସୀ ତରୁଣୀ ଦିଶୁଛି ସୁନ୍ଦରୀ ଦେଖ ବାଳଭାନୁ କରେ  ।। ୧ ।।


ଧୀରେ ଧୀରେ ବହେ ଶୀତଳ ସମୀର ମନେ ଶିହରଣ ଭରି

ଆମ୍ରକୁଞ୍ଜେ ବସି ଗାଉଛି କୋକିଳ ପଞ୍ଚମ ରାଗିଣୀ ତୋଳି

ମନ୍ଦିର ପ୍ରାଙ୍ଗଣେ ବେଦମନ୍ତ୍ର ପାଠେ ତମସା ଲୁଚଇ ଦୂରେ 

ଅଳସୀ ତରୁଣୀ ଦିଶୁଛି ସୁନ୍ଦରୀ ଦେଖ ବାଳଭାନୁ କରେ  ।। ୨ ।।


କୃଷ୍ଣଚୂଡ଼ା ହସେ ରକ୍ତିମ ଆଭାରେ ବିହଙ୍ଗେ ଗାଆନ୍ତି ଗୀତ

ସୁନେଲି କିରଣେ ସ୍ଵର୍ଣ୍ଣୀମ ଧରିତ୍ରୀ ଦିଶଇ ସୁନ୍ଦର ମିତ  ।। ୩ ।।


ପ୍ରଜାପତି ଉଡ଼େ ଫୁଲରୁ ଫୁଲକୁ ଭ୍ରମରେ ବଜାନ୍ତି ବଂଶୀ

ବନେ ଉପବନେ ଶୋଭାର ସମ୍ଭାର ପ୍ରଭାତେ ଉଠେ ବିକଶି

ଧୋଇନିଏ ପାଦ ଉତ୍ତାଳ ତରଙ୍ଗ ସୁଖେ ସାଗର ବୁକୁରେ

ପାହିଛି ରଜନୀ ହସୁଛି ଧରଣୀ ନୂଆ ସକାଳ ସ୍ପର୍ଶରେ  ।। ୪ ।।


ହାତ ଠାରି ଡ଼ାକେ ରୂପର ପସରା ମୋହିନିଏ କବି ପ୍ରାଣ

କୋଟି ଲାବଣ୍ୟର ଅନିନ୍ଦ୍ୟ ଆଭାରେ କିଣିନିଏ ଜନ-ମନ ।। ୫ ।।


Rate this content
Log in

Similar oriya poem from Children