STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

ନୂଆ ଦୁନିଆର ସପନ

ନୂଆ ଦୁନିଆର ସପନ

1 min
155

ଜୀବନଟା ପାଣି ଫୋଟକା ଆଜି ଅଛି 

ପରା କାଲିକୁ ତ ନଥିବ 

ସର୍ବଦା ଜୀବନରେ କେହି ସୁଖକୁ ପାଇବ

ଏହା ନୁହଁଇ କି ଅବାସ୍ତବ


କାହାକୁ ଜାଣତରେ ଆଘାତ ଦେବା ଆମେ 

ପ୍ରକୃତିରେ ପାଇବାନି

ଅହିଂସା ଦ୍ୱେଷ ରଖି ସ୍ନେହ ଓ ଶ୍ରଦ୍ଧା ବିନା ପ୍ରାଣୀ 

କେବେ ଚଳି ପାରିବନି


ସାମାଜିକ ତତ୍ତ୍ୟରେ ଆମେ ଏହାକୁ କହୁଛେ

ଭାଇଚାରାରେ ବନ୍ଧା ଏ ଜୀବନ 

ସଂସାର ସାଗରେ ଭାଇଚାରାର ଅଭାବରେ

ଭରିଥାଏ ଅଶାନ୍ତିର ଦୁଃଖ ଜୀବନ


ଉଜାଡିବା କାମ ଯେଉ ମଣିଷର ସେ ମଣିଷ 

ମଣିଷ ଭିତରେ ଭେଦଭାବ ଆଣେ

ଜାତି ଧରମ ଭାଷା ନାମରେ ଭେଦଭାବ ସୃଷ୍ଟି

କରି ନର ନାରୀ ମଧ୍ୟରେ ବିଷ ବୁଣେ


ଲେଖୁନି ମୁଁ କିଛି ଡାକିବାକୁ ମୋତେ କବି କି 

ଲେଖକ ହେ ବନ୍ଧୁ ଓ ବାନ୍ଧବୀ ଗଣ

ସ୍ୱତଃ ମୋ ମନରେ ଆସେ କିଛି ପ୍ରକାଶିବି ମୋ

ଉତ୍ତର ଦାୟାଦ ଭରିବେ ନୂଆ ଦୁନିଆର ସପନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational