Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kishore Nayak

Classics

4  

Kishore Nayak

Classics

"ନୂଆ ବରଷର ନୂଆ ସକାଳ"

"ନୂଆ ବରଷର ନୂଆ ସକାଳ"

1 min
393



ଯାମିନୀ ହଟିଲା        ସିନ୍ଦୁରା ଫାଟିଲା 

        ନୂଆ ବର୍ଷ ଆସିଲାଣି 

ନୂଆ ସକାଳର         ପ୍ରଥମ ସୂରୁଜ 

       ପ୍ରାଚୀ ଭାଗେ ଉଇଁଲେଣି l


ନବ ଉନ୍ମାଦନା         ନୂଆ ଆଶା ନେଇ 

        ଦେଖ ଏ ଜଗତବାସୀ 

ନବ ଚେତନାରେ       ନବ ଭାବନାରେ 

        ମନ୍ତ୍ରିତ ହେଲେଣି ଆସି l


ପହିଲି ପ୍ରଭାତେ        ତରୁ ଡାଳେ ବସି 

        ପକ୍ଷୀ ଗାଇଲେଣି ଗୀତ

ଥିରି ଥିରି ବାଆ        କୁହୁଡି ସାଙ୍ଗକୁ 

        ବହୁଛି କାଲୁଆ ଶୀତ l


ନବ ରବି କର         ପଡ଼ିଣ ସତ୍ୱର 

        ପ୍ରକୃତି ଦିଶଇ ତୋରା 

ନଗରଠୁ ପଲ୍ଲୀ         ପହିଲି ପୁଲକେ 

       ହୋଇଲେଣି ଆତ୍ମହରା l


ନୂଆ ସକାଳର         ନୂତନ ସଂକଳ୍ପ 

       ନୂଆ ସ୍ବପ୍ନ ନୂଆ ଆଶା 

ସବୁରି ଜୀବନ         ସୁଖମୟ ହେଉ 

        ଜାଗିଉଠୁ ଭଲବାସା l


ରାଗ ହିଂସା ଦ୍ୱେଷ      ହେଉ ସବୁ ଶେଷ 

        ସଦ୍ଭାବନା ଉଠୁ ଜାଗି 

ସହଯୋଗୀତାର        ହାତ ବଢୁ ଏଠି 

       ଦୁଃଖୀ ମଣିଷର ଲାଗି l


ଏ ନୂଆ ସକାଳ        ସଫଳତା ଆଣୁ 

        ପ୍ରଭୁଙ୍କ ପାଖରେ ଅଳି 

ଏ ଦେଶ ମଣିଷ        ସହଭାଗୀ ହେଉ 

      ଦେଶ ପ୍ରେମ ଦୀପ ଜାଳି l


ଏ ନୂଆ ବରଷେ        ନୂଆ କରି ପୁଣି 

         ଗଡୁ ଏ ଜୀବନ ରଥ 

ଅତୀତକୁ ଭୁଲି         ଗଢିବା ଆସରେ 

        ଆଗାମୀର ଭବିଷ୍ୟତ l


     


Rate this content
Log in

Similar oriya poem from Classics