STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

ନଉକା-ନାୟିକା

ନଉକା-ନାୟିକା

1 min
220


ନଉକା ନାୟିକା  ତରୁଣୀ ତରଣୀ

  ସମ ପର୍ଯ୍ୟାୟବାଚକ

ଅକାତ ଜଳରେ ଭବପାରାବାରେ

  ତରିବାକୁ ସହାୟକ ।


ସେବା ସ୍ନେହ ପ୍ରେମ ପୂଣ୍ୟ ଭାସମାନ

  ଧର୍ମ ଲକ୍ଷ୍ୟ କୁଳପାଳ

ଡଙ୍ଗା ଯଦି ଫୁଟା  ତରିବା ଦୁଷ୍କର

  ବୁଡି ମରିବାଟା ସାର ।


ପଶିଯିବ ପାଣି  ଗତି ହେବ ରୋଧ

   ଭସାଇନେବ ପବନ

ବାଜି ଲଗାଇବ  ଜୀବନ ନାଉରୀ

  ଜାଣେ ଯଦି ସନ୍ତରଣ ।


ଜୀବନ ନୁହଁଇ  ମିଛ ଖେଳଘର

   ତୁଚ୍ଛା ଏକ ଫୁଟା ଡଙ୍ଗା

ରଖନ୍ତୁ ସଜ୍ଜନ  ସୁରକ୍ଷ ନିଜକୁ

  ଯାତ୍ରୀଙ୍କ ସମମର୍ଯ୍ୟାଦା ।



Rate this content
Log in

Similar oriya poem from Inspirational