STORYMIRROR

jyotsna mayee panda

Tragedy

3  

jyotsna mayee panda

Tragedy

ନଶ୍ୱର ଶରୀର

ନଶ୍ୱର ଶରୀର

1 min
233

ଶରୀର ଭିତରେ ଅଶରିରୀ ମୁଁ 

ଜୀବ ଭିତରେ ସୂକ୍ଷ୍ମତାର ପରିଭାଷା 

ସେ ସତ୍ୟ ,ଶିବ ,ସୁନ୍ଦର ..

ସେ ପୁଣି ଚିରନ୍ତନ ,ଶାଶ୍ୱତ ,ଦିଗମ୍ବର 

ଜୀବନ ପୁଣି କେବେ ଆତ୍ମାର ପରିଭାଷା ll

ତୁଟିଯାଏ ସବୁ ସମ୍ପର୍କ ଏଠି 

ତୁଟିଯାଏ ସବୁ ମୟା ,ମୋହ 

ଶରୀରର ସବୁ ଅନ୍ତର ବେଦନା 

ଲୀନ ହୋଇଯାଏ ସବୁ ଚେତନା 

କ୍ଷଣଭଙ୍ଗୁର ଜୀବନରେ ସମ୍ପର୍କର ସୂତା ଖିଅ 

ଛିଡିଯାଏ ସବୁ ବନ୍ଧନ ଏଠି 

ଦୂର ହୁଅନ୍ତି ବନ୍ଧୁ ପରିଜନ 

ସବୁ ସମ୍ପର୍କ ଛିନ୍ନ ହୋଇଯାଏ 

ଶରୀର ଲୀନ ହୋଇଯାଏ 

ଏଠି ସମ୍ପର୍କ ର ମୂଲ୍ୟ କଣ ???

ଖାଲି ବଂଚିବା ତ ଜୀବନ ll

ଚିରନିଦ୍ରାରେ ଶୋଇଗଲା ପରେ 

ଆଉ ନ ଥାଏ ସମ୍ପର୍କର ମୋହ 

ଖାଲି ରହିଯାଏ ଆତ୍ମୀୟଙ୍କ କୋହ 

ନ ଥାଏ ସମ୍ପର୍କର ଲୋଭ କି 

ନ ଥାଏ ଐଶ୍ୱର୍ଯ୍ୟର ମୋହ 

ଯାହା ପଛରେ ମଣିଷ ଜୀବନ ସାରା ଧାଏଁ 

କେତେ ପଥ ଭ୍ରଷ୍ଟ ହୁଏ ll

କିଛି ପାଇବାର ଆଶା ନେଇ 

କିଛି ହରେଇ ବାର ଦୁଃଖ ନେଇ 

ବଂଚିବାଟା ଏତେ ସହଜ ନୁହଁଇ ll

ଜୀବନ ଦୋଛକିରେ ଆତ୍ମାକୁ 

ଦିଏ ସେ ହଜେଇ ......

ସ୍ମୃତି ସବୁ ରହିଯାଏ ......

ସବୁଦିନ ପାଇଁ ସ୍ମରଣୀୟ ହୋଇ 

ଶାଶ୍ୱତ ଆତ୍ମା ଖୋଜେ .......

ପୁଣି ଧାରାରେ ଜନ୍ମ ନେବା ପାଇଁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy