STORYMIRROR

Sanjya Tripathy

Classics

3  

Sanjya Tripathy

Classics

ନର୍ସିସସ୍

ନର୍ସିସସ୍

1 min
189

ନର୍ସିସସ୍ 


ସ୍ରଷ୍ଟା ଟିଏ ଅଛି । ତେଣୁ ସ୍ମଟି ଟିଏ ଅଛି

ଫୁଲ ଥୁବାରୁ ମହକ ଅଛି ।

ସେ ମହକରେ ମଦମତ୍ତ ଭ୍ରମରଟିଏ ଅଛି

ହେଉ ସେ ମହକ ପରିପୂର୍ଣ୍ଣତାର

ଅବା ଅନ୍ୟତ ଶୂନ୍ୟତାର

ଦିଗୀତ ପ୍ରସାରୀ ସେ ମହକରେ

ପ୍ରଲୁବ୍ଧ ଅନେକ ସ୍ରଷ୍ଟା- ଅନେକ ସୃଷ୍ଟି

ମଧୁଲୁବ୍ଧ ପଗଟିଏ ଅବା ଝାପ ଦେବ

ଜ୍ଵଳ୍ତ ଅଗ୍ନିକୁଣ୍ଡକୁ

ପ୍ରିୟାର ସ୍ମୃତିରେ ଅବା ଅନନ୍ୟା ଏକ ଅବଦମିତ

ଆକର୍ଷଣରେ

ଆମୋସ୍ବର୍ଗର ମହତ ଉଦ୍ଦେଶ୍ୟ ଅବା

ପରିଜନଙ୍କ ସଂପର୍କର ସୁରମ୍ୟ ସୃଜନଶୀଳତାରେ

ଜଗତ କଲ୍ୟାଣର ନିଛକୁ ମନୋବୃତ୍ତି ନେଇ

ଉଇହୁକାଟିଏ ଅଛି

ନୀରବ ସାଧନାର ପ୍ରସାରିତ ପରିଧୂରେ

ବୃତଖୁତ ଫୁଲଟିଏ ଅଛି

କାମନାରହିତ ଭାବଟିଏ ଅଛି

ହେଉ ସେ ମଦମତ୍ତ ଭ୍ରମର ଅବା ନିରସ, ନିଷ୍କାମ

ଯୋଗୀ

ସୃଷ୍ଟିର ପ୍ରତିଟି ପର୍ଯ୍ୟାୟରେ

ପ୍ରାଣପ୍ରାଚୁର୍ଯ୍ୟଭରା ମନୋଭାବଟିଏ ଅଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics