STORYMIRROR

Bijaya Kumar Swain

Classics

4  

Bijaya Kumar Swain

Classics

ନନ୍ଦ ପୁଅ ଆସେ ନନ୍ଦିଘୋଷ ରେ

ନନ୍ଦ ପୁଅ ଆସେ ନନ୍ଦିଘୋଷ ରେ

1 min
11


ଦେଖ ଦେଖ ଦେଖ ଦେଖ ରେ

ଦେଖ ଦେଖ ଦେଖ ଦେଖ ରେ,,,,,,

ଟାହିଆ ହେଲେଇ ଆଗ ପଛ ଝୁଲି

ହଲି ହଲି ଆସେ ବଡ ଦାଣ୍ଡ ରେ

ସେତ ନନ୍ଦ ପୁଅ ଆସେ

  ନନ୍ଦିଘୋଷ ରେ।

ରତ୍ନ ସିଂହାସନ ଖାଲି କରି ଦେଇ

ଭାଇ ଭଗିନୀ ଙ୍କୁ ସଙ୍ଗତ ରେ ନେଇ

ନବ ଦିନାତ୍ମକ ଯାତ ରେ ଗୋସାଇଁ

 ଝୁଲି ଝୁଲି ଆସେ ବଡ଼ ଦାଣ୍ଡ ରେ।

 ନନ୍ଦ ପୁଅ ଆସେ ନନ୍ଦିଘୋଷ ରେ,,,

ଟାହିଆ ହଲେଇ ଆସୁଛି କାଳିଆ

ପଛରେ ଆସଇ ଭକତ ଭୋଳିଆ

ଦରଶନେ ତାର ପାପ ଧୋଇ ଯାଏ

 ତା ସମ ସାଆନ୍ତ କେହି ନାହିଁ ରେ।

 ନନ୍ଦ ପୁଅ ଆସେ ନନ୍ଦିଘୋଷ ରେ,,,,

ଜନ ସମୁଦ୍ର ରେ ବଡ଼ ଦାଣ୍ଡ ପୂର୍ଣ୍ଣ

ରଥେ ଦେଖି ବାକୁ ସେ କଳା ବାମନ

ପତିତ ଜନ ଙ୍କୁ ଉଦ୍ଧରିବା ପାଇଁ

 ବଡ ଦାଣ୍ଡେ ବିଜେ ନୀଳମଣି ରେ।

ନନ୍ଦ ପୁଅ ଆସେ ନନ୍ଦିଘୋଷ ରେ,,, 

ଭାଇ କାମପାଳ ଭାଗିନୀ ସଙ୍ଗତେ

କେତେ ଲୀଳା କରେ କି ସୁନ୍ଦର ସତେ

ତିନି ରଥେ ତିନି ଦିଅଁ ଙ୍କୁ ଦେଖିଲେ

ଜନ୍ମ ଜନ୍ମ ପାପ କ୍ଷୟ ଯିବ ରେ।

ନନ୍ଦ ପୁଅ ଆସେ ନନ୍ଦିଘୋଷ ରେ,,,,,

ନନ୍ଦ ପୁଅ ଆସେ ନନ୍ଦିଘୋଷ ରେ,,,,,


Rate this content
Log in

Similar oriya poem from Classics