Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Classics

4.5  

Jagannath Barik

Classics

ନନ୍ଦ ନନ୍ଦନ

ନନ୍ଦ ନନ୍ଦନ

1 min
324


ଛନ୍ଦା ଚରଣ ହେ ବଂଶୀବଦନ, ନନ୍ଦ ନନ୍ଦନ |(0)

ଯଶୋଦା ଜୀବନ  ଗୋପୀ ପ୍ରାଣଧନ

   ବୃଷଭାନୁ ଜେମା ହୃଦ ଚନ୍ଦନ 

ଗୋକୁଳ ପାଳନ    ମଦନ ମୋହନ

   ଗୋପ ବାଳକଙ୍କ ରଙ୍କ ରତନ.. |(1)

ଜଗତ ବନ୍ଦନ  ମୁନି ଧ୍ୟାନ ଧନ 

   ତନୁ କୋଟି ସୌଦାମିନୀ ନିନ୍ଦନ 

ନୀରଦ ବରନ  ନୀରଜ ଆନନ

   ଶୀଖଣ୍ଡ ଚୂଳକ ଶୋଭା ଭଵନ...|(2)

ପୁତନା ମାରଣ  ଯାମଳା ଭଞ୍ଜନ

   ଅଘା ବକା ତୃଣାବର୍ତ୍ତ ମର୍ଦ୍ଦନ

ଅନଳ ଭକ୍ଷଣ   ଶକଟ ନିଧନ

  ବତ୍ସା ଧେନୁକାର ପ୍ରାଣ ନାଶନ...|(3)

କାଳିନ୍ଦୀ ରଂଜନ  ନାବିକ ରତନ 

  କାଳୀନାଗ ଶିରେ କଲ ନର୍ତ୍ତନ

ବସନ ହରଣ  ବାସବ ଗଞ୍ଜନ 

  କରଜରେ ଗୋବର୍ଦ୍ଧନ ଧାରଣ |(4)

ରମଣୀ ରଂଜନ  ରସିକ ରାଜନ

  ବୃନ୍ଦାବନେ କେଳି କୁଞ୍ଜ ରଚନ

ଷୋଳ ସସ୍ର ମନ କରିଲ ହରଣ

  ରାସ ବିନୋଦରେ ପୀତବସନ..|(5)

ଧାତା ଗର୍ବବନ  ଜାଳନ ଜ୍ୱଳନ

 କଲ ଗୋରୁବତ୍ସା ଅଙ୍ଗୁ ସୃଜନ

ବିଦ୍ୟା ଅଧ୍ୟୟନ  ଗୁରୁମା ବଚନ

ଯମପୁରୁ ଗୁରୁ ପୂତ୍ରାନୟନ...|(6)

କରୁ ଗୋ ଦୋହନ ଅକ୍ରୁରେ ଦର୍ଶନ

   କରାଇଲ ଚତୁର୍ଭୁଜ ମୋହନ

ମଥୁରା ଗମନ  ରଜକ ନାଶନ   

  କୁବୁଜା ତାରଣ ଧନୁ ଭଞ୍ଜନ ...|(7)

କୁବଳ ରଦନ  କରି ଉତ୍ପାଟନ

   ଅଷ୍ଟମଲ୍ଲ ବଳେ କଲ ନିଧନ

କଂସ ବିନାଶନ  ଅଜାରେ ରାଜନ

 ଫେଇ ପିତାମାତା କାରା ବନ୍ଧନ... (8)

ରଚି ଧର୍ମ ରଣ  ଗୀତା ପ୍ରବଚନ

  ଚାଳିଲ ସମରେ କପିକେତନ

ପାଣ୍ଡଵ ରକ୍ଷଣ  କୌରବ ଦଳନ

   ଅଙ୍ଗୁଳି ନିର୍ଦ୍ଦେଶେ କଲ ସମ୍ପନ୍ନ..|(9)

ସ୍ୱଵଂଶ ନାଶନ  କଲ ନାରାୟଣ

   ବ୍ୟାଧ ଶରାଘାତେ ଜାଣି ପତନ

ପରମ ବ୍ରହ୍ମନ   ଜଗତ ଜୀବନ

  ଶ୍ରୀପଦପଙ୍କଜେ କୋଟି ନମନ..|(10)


Rate this content
Log in

Similar oriya poem from Classics