ନମସ୍ତେ ମା' ଲକ୍ଷ୍ମୀ ଠାକୁରାଣୀ
ନମସ୍ତେ ମା' ଲକ୍ଷ୍ମୀ ଠାକୁରାଣୀ
ନମସ୍ତେ ମା' ଲକ୍ଷ୍ମୀ ଠାକୁରାଣୀ
===============
ନମସ୍ତେ ନମସ୍ତେ ମାତା
ସିନ୍ଧୁର ଦୁଲଣୀ ।
ନମସ୍ତେ ନମସ୍ତେ ମାତା
ଲକ୍ଷ୍ମୀ ଠାକୁରାଣୀ ।।
ନମସ୍ତେ ନମସ୍ତେ ମାତା
ପଦ୍ମା ପଦ୍ମାଳୟା ।
ନମସ୍ତେ ନମସ୍ତେ ମାତା
ବିଷ୍ଣୁଙ୍କର ଜାୟା ।।
ନମସ୍ତେ ନମସ୍ତେ ମାତା
ଚନ୍ଦ୍ର ସହୋଦରା ।
ନମସ୍ତେ ନମସ୍ତେ ମାତା
ଦେବୀ ବିଶ୍ୱମ୍ଭରା ।।
ନମସ୍ତେ ନମସ୍ତେ ମାତା
ଶଙ୍ଖ ଚକ୍ର ହସ୍ତା ।
ନମସ୍ତେ ନମସ୍ତେ ମାତା
ନମଃ ଜଗନ୍ମାତା ।।
ନମସ୍ତେ ନମସ୍ତେ ମାତା
ବୈକୁଣ୍ଠ ବାସିନୀ ।
ନମସ୍ତେ ନମସ୍ତେ ମାତା
ଶ୍ୱେତ ପଦ୍ମାସନୀ ।।
ନମସ୍ତେ ନମସ୍ତେ ମାତା
କ୍ଷିରାବ୍ଧୀ ତନୟା ।
ନମସ୍ତେ ନମସ୍ତେ ମାତା
ନମଃ ଜଗନ୍ମାୟା ।।
ନମସ୍ତେ ନମସ୍ତେ ମାତା
ଅତି ଦୟାଶୀଳା ।
ନମସ୍ତେ ନମସ୍ତେ ଶ୍ରୀୟା
ଐଶ୍ୱର୍ଯ୍ୟ ଲଭିଲା ।।
ନମସ୍ତେ ନମସ୍ତେ ମାତା
ଅତି ଦୟାବତୀ ।
ନମସ୍ତେ ନମସ୍ତେ ମାତା
ବିଶ୍ବ ପଡ଼ିଦାତ୍ରୀ ।।
ନମସ୍ତେ ନମସ୍ତେ ମାତା
ନମସ୍ତେ କମଳା ।
ନମସ୍ତେ ନମସ୍ତେ କଣ୍ଠେ
କମଳର ମାଳା ।।
ନମସ୍ତେ ନମସ୍ତେ ମାତା
ନମଃ ଅନ୍ନପୂର୍ଣ୍ଣା ।
ତୋ ଦୟାରୁ ମିଳୁଥାଇ
ମୋତେ ଦାନା କନା ।।
ନମସ୍ତେ ନମସ୍ତେ ମାତ
ନମଃ ହରିପ୍ରୀୟା ।
ତୋ ପଦେ ଶରଣ ଗଲି
ରଖି ଥିବୁ ଦୟା ।।
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
