STORYMIRROR

Antaryami Sahu

Inspirational

4  

Antaryami Sahu

Inspirational

ନମୋ ବୀଣାପାଣି

ନମୋ ବୀଣାପାଣି

1 min
179


ନମୋ ବୀଣାପାଣି ଜ୍ଞାନପ୍ରଦାୟିନୀ

    କାବ୍ୟ କଳା ଠାକୁରାଣୀ,

ଶୁକ୍ଳ ବସ୍ତ୍ରାମ୍ଭିତା ବିଦ୍ୟାଦାତ୍ରୀ ମାତା

   ଶାନ୍ତ ଶିଷ୍ଠା ପଦ୍ମାସନି । ।

କବି ଶିରୋମଣୀ ମରାଳ ବାହିନୀ

  ପ୍ରସନ୍ନ ବଦନି ମାତା ,

ଯିଏ ଆଶ୍ରାକରେ ତୁମ୍ଭ ଶ୍ରୀପୟରେ

  ସେ ହୁଏ ଜଗତେ ଯିତା । ।

ତବ ଆଶିର୍ବାଦେ ଜ୍ଞାନ ହୁଏ ଉଦେ

   ଅଜ୍ଞାନୀ ଲଭେ ଜ୍ଞାନକୁ,

ଗଣ୍ଡ ମୂର୍ଖ ଯିଏ କବି ପଦପାଏ

  କୃପା ନେତ୍ରେ ଚାହଁ ଯାକୁ ।।

ତବ କୃପାବଳେ କେତେ ଯେ ପୁଣ୍ୟାତ୍ମା

   କବି ପଣରେ ଶୋଭିତ

ଜଗତ ଜାଣିଛି ଆଜି ତାଙ୍କ ନାଆଁ

   ସାରା ବିଶ୍ଵରେ ପୂଜିତ ।।

ସେମାନଙ୍କୁ ଯେଉଁ ଆଶିର୍ବାଦ ଦେଇ

   ଯୋଗ୍ୟ କରାଇଛ ମାତ,

ସେହି ଆଶିର୍ବାଦ ଠାରୁ କାଣିଚାଏ

   ଢ଼ାଳିଦିଅ ମୋର ମାଥ ।।

ମୁଁ ଅଧମହୀନ ନାହିଁ ମୋର ଜ୍ଞାନ

  ପଦଦୃଶ୍ୟ ହେଉ ମାତ,

ଶ୍ରୀଚରଣେ ତବ ମଥା ମୋର ଥିବ

   କୋଟି କୋଟି ଦଣ୍ଡବତ ।।


    


    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational