ନିତ୍ୟ ବୈକୁଣ୍ଠ
ନିତ୍ୟ ବୈକୁଣ୍ଠ
ଜୟ ଜଗନାଥ
ଜଗନ୍ନାଥଃ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
ବୈକୁଣ୍ଠ ସମାନ ଆହା ଅଟେ ସେହି ଘର ,
ଯହିଁଥାଏ ସ୍ନେହ ଶ୍ରଦ୍ଧା ଭକ୍ତି ନିରନ୍ତର ।।
ଗୁରୁଜନେ ଭକ୍ତି ପୁଣି ଲଘୁଜନେ ସ୍ମେହଁ ,
ସକଳ ସମାନ ଦେଖୁଥାଏ ଯା ହୃଦୟ ।।
ପର ଆପଣାର ଭାବ ନଥାଏ ଯା ମନେ ,
ସବୁଠାରେ ଦେଖୁଥାଏ ପରମତ୍ମା ଜଣେ ।।
ଜୀବଠାରେ ଦୟା ଭାବ ଇଶ୍ବରଙ୍କୁ ଭକ୍ତି ,
ପାଗଳ ଅକ୍ଷମ ବୃଦ୍ଧ ଯେ ସେବା କରିଛି ।।
ଶିଶୁମାନଙ୍କୁ ଯେ ସଦା ସ୍ନେହ ଶ୍ରଦ୍ଧା କରି ,
ନୀତିସିକ୍ଷା ଦେଈହର ମନଟି ତାଙ୍କରି ।।
ନମ୍ର ଭଦ୍ର ସହିଷ୍ଟୁତା ଭାବ ଯେ ଆଦର ,
ହିଁସା କୁଟ କପଟ କୁ ମନୁ ଦୂରକର ।।
ଅନ୍ତର ଭିତରୁ ଅହଂ ଭାବ ଦୂରକରି ,
ସର୍ବଜନ ହିତାୟ କର୍ମ କରୁଥାଅ ଚାଲି ।।
ମନକୁ କର ସଂଜତ ବାକ୍ୟକୁ ମଧୁର ,
ଉତ୍ତମ ବ୍ୟବହାରରେ ସର୍ବଜନ ଆଦର ।।
ପର ଦୁଃଖେ ଦୁଖି ପୁଣି ପର ସୁଖେ ସୁଖି ,
ପରର ଦୁଖ କୁ ଯିଏ ନିଜର କରିଛି ।।
ପରର କଷ୍ଟକୁ ଯିଏ ନିଜ କଷ୍ଟ ଭାବି ,
ଉତମ ଚିକିତ୍ସା ପାଈଁ ହୃଦୟେ ଭାବିଚି ।।
ପର ନିଦା ଅପବାଦ ଯା କର୍ଣ୍ଣ ନ ଶୁଣେ ,
ପରର ହିତରେ ଯିଏ ତତ୍ପର ଥାଏ ।।
ସକଳ କୁ ସମଭାବି କରିଚାଲ କର୍ମ ,
ସକଳ ହୃଦୟେ ରହିଛନ୍ତି ପରଂବ୍ରହ୍ମ ।।
ଅନାଦି ଅନନ୍ତ ହରି ସେ ଯେ ଜଗନ୍ମାଥ ,
ପତିତ ଉଧାର ପାଈଁ ଉଡାଈଛନ୍ତି ପତିତପାବନ ।।
