Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baijayantimala rout

Romance Tragedy

5.0  

baijayantimala rout

Romance Tragedy

ନିଷ୍ଠୁର ହୃଦୟ

ନିଷ୍ଠୁର ହୃଦୟ

1 min
108


ହୃଦରୁ ପରାଣ ଚାଲିଗଲା ଧନ

କେମିତି ବଞ୍ଚିବି ମୁହିଁ ,

ଏତେ ଯାତନାରେ ବଞ୍ଚିବାର ବିଦ୍ଯା

ଥରେ ଯାଅ ମୋତେ କହି ।

ପ୍ରତାରଣା ସତେ ମୋ ସାଥେ କରିବ

ଭାବି ମୁଁ ନଥିଲି ଦିନେ,

ନିଷ୍ଠୁର ଯେ ଏତେ କିପରି ହୋଇଲ

ପ୍ରେମ ପାଇଁ ଏ ଜୀବନେ ।

କିପରି ଭୁଲିଲ ଆମ ପ୍ରେମ ଗାଥା

ମନୋରମ ମୁହୂର୍ତ୍ତକୁ

ପାଶୋରିଲ ପୁଣି ହୃଦୟର କଥା

କହିଥିଲ ଏ ପ୍ରମୀକୁ ।

ସାତ ଜନ୍ମ ପାଇଁ ସାଥି ହେବ ବୋଲି

କଥା ମୋତେ ଦେଇଥିଲ,

ଅଧାବାଟେ ପୁଣି ମୋତେ ଏକା କରି

ହାତଛାଡି ଚାଲିଗଲ ।

ଆଉ କା ହାତରୁ ସିନ୍ଦୁର ପିନ୍ଧିଲ

ମୋ ଛାତିର ଲହୁ ନେଇ,

ତୁମେ ଶୋଇଗଲ ଫୁଲର ଶେଯରେ

ମୋ ପାଇଁ ଜଳିବ ଜୁଇ।


Rate this content
Log in

Similar oriya poem from Romance