ନିଷ୍ପତ୍ତି ପୂର୍ବରୁ ଭାବିବା ଟିକେ
ନିଷ୍ପତ୍ତି ପୂର୍ବରୁ ଭାବିବା ଟିକେ


ଚେତନ ମାନବ ସୁଖେ ଜିଇଁବାକୁ
ନିଇତି ଯୁଝଇ କରମ ସାଥେ
ନିଷ୍ପତ୍ତି ଉପରେ ନିର୍ଭର କରଇ
ସୁଖଦୁଃଖ ଫଳ ଲଭଇ କେତେ !
ଯେତେବେଳେ ଯାହା ମନକୁ ଆସଇ
ଯେବେ ନ ସମର୍ପେ ବିବେକ ହାତେ
ହୁଏ ବାଟବଣା ନ ପାଏ ଠିକଣା
ନାନା ଅସୁବିଧା ଉପୁଜେ ପଥେ ।
ଜ୍ଞାନହୀନ ବୋଲି କ୍ଷୁଦ୍ର କୀଟ ସିନା
ଛନ୍ଦି ହୁଏ ବୁଢିଆଣୀ ଜାଲରେ
ଅନୁଶୋଚନରେ ଘାରି ହେବା କିଆଁ
ଜ୍ଞାନ ଗୁଣ ସବୁ ଥାଇ ପାଖରେ ?
କରମ ଆରମ୍ଭ କରିବା ପୂର୍ବରୁ
ନ ଭାବିବା ବାବବାର କାହିଁକି ?
ଯୋଗାଇବ ପରା ଶତସିଂହ ବଳ
ନ ପଡ଼ିବ ମନ କେବେ ବି ଥକି ।
ତରତର ହୋଇ ଆଗକୁ ମୁହାଁଇ
ହାରି ଯାଇଥାନ୍ତି ଜୀବନେ ଥୋକେ
ସେଥିପାଇଁ ନିଜ ଇଚ୍ଛା ପୂରା ପାଇଁ
ନିଷ୍ପତ୍ତି ପୂର୍ବରୁ ଭାବିବା ଟିକେ ।