ନିଷିଦ୍ଧ ନିଶା
ନିଷିଦ୍ଧ ନିଶା
ହେ କଳା ରାତ୍ରି ମୋର ସ୍ୱାଗତ ତୋର ସେ
କଳା ଚାଦର ହିଁ ପ୍ରକୃତ |
ହେ ରାତ୍ରି ତୁ ଆସିଲେ ଆସଇ ଘେରି ଅନ୍ଧାର
ଯେଉଁଟା ସଭିଙ୍କୁ କରେ ଗ୍ରାସ |
ହେ ରାତ୍ରି ତୋର ସେ ଅନ୍ଧାର ରେ ବି ଥାଏ ଶୀତଳ
ଯେଉଁ ଥିରେ କି ସମସ୍ତ ପ୍ରାଣୀଙ୍କର ଆତର |
ହେ ରାତ୍ରି ତୁ ନଥିଲେ ନଥାଏ ଜୀବନର ସ୍ୱାଦ
ଯେଉଁ ଥିରେ ଭରି ଥାଏ ଏକ ଧ୍ଵନି ର ନାଦ |
ହେ ରାତ୍ରି ତୋର ପରସ ଭରେ ଛାୟା
ସଭିଙ୍କୁ ଭରି ଦେଇଥାଏ ନିଦ୍ରାର ମାୟା |
ହେ ରାତ୍ରି ତତେ ଗଢ଼ା ହେଲା ଅନ୍ଧାର କାୟା
ସେଥିପାଇଁ ଜୀବଜଗତକୁ ମିଳିଲା ଆଲୁଅ ର ଛାୟା |
ହେ ରାତ୍ରି ତୋର କି ରୂପରେ ରୂପାନ୍ତର
ଏ ସାରା ଜଗତ ମାଆ କାଳୀ ଙ୍କ ଅବତାର |
ହେ ରାତ୍ରି ତୋର ସାରା ଗଗନ ରେ ଆଖି
ଭରି ଯାଏ ଯେବେ ଦେଖେ ମୁଁ ଆକାଶ କୁ |
ହେ ରାତ୍ରି ତୋର ସେ ରୁପା ଥାଳି ଆଉ ହୀରା, ନୀଳା, ମୋତି
ଆଖି ମୋର ଲେଉଟେନି ତୋ ବିଶାଳ ରୂପ ଦେଖି|
ହେ ରାତ୍ରି ଲୋ ଦିନ ହେଲେ ରାଜା ପରସି
ତୁ ପରା ହେଲୁ ତା ରାଣୀର ସରସୀ ||
ହେ ରାତ୍ରି ତୋର ସେ ଥଣ୍ଡା ଥଣ୍ଡା ଆକଟ ରେ
ସମସ୍ତ ଜୀବ ଠାରୁ ଆରମ୍ଭ କରି ମହାଦ୍ରୁମ ଯାଏ ନିଦ୍ରାରେ |
ହେ ରାତ୍ରି ତୋର ମୋର ସବୁ ଦିନ ଦେଖା
ଆମେ ପା ଗୋଟିଏ ଅତୁଟ ବନ୍ଧନରେ ବନ୍ଧା |
