ନିସଂଗତାରେ ସୁଖ ମିଳେନା
ନିସଂଗତାରେ ସୁଖ ମିଳେନା
ପୃଥିବୀ ପୃଷ୍ଠକୁ ମୁଁ ଛୁଇଁଲା ପରେ ଅପୂର୍ବ
ଆନନ୍ଦ ମିଳିଲା ମନରେ
ଅପୂର୍ବ ପୁଲକେ ଚତୁଃପାର୍ଶ୍ୱ ଦେଖି ସୁନ୍ଦର
ଲାଗିଲା ମୋ ମାନସରେ |୧|
ଆମେ ସାମାଜିକ ପ୍ରାଣୀ ପରଶ ତ ଖୋଜିବା
ସଦା ଅନ୍ୟ ମଣିଷର
ନିସଙ୍ଗତା କେବେ ଜୀବନରେ ସୁଖ ଦିଏନା
ଦରକାର ପବିତ୍ର ସମ୍ପର୍କର |୨|
ଜାଣିଲି ମୁଁ ଲାଲ୍ ରଙ୍ଗ ରକ୍ତ ତ ବହୁଛି ସବୁରି
ମଣିଷର ଦେହରେ
ଛୁଆଁ ଅଛୁଆଁ ଭାବନା ଅବିଚାର ନୁହେଁ କି କୁହ
ଏଇ ମଣିଷ ସମାଜରେ |୩|
ଶୂଦ୍ର ଯାକୁ ଆମେ କୁହେ ସେ କାଠ ହାଣି ଯୋଗାଏ
ଆମକୁ ରୋଷେଇ କରିବା ପାଇଁ
ତେବେ କୁହ କାହିଁକି ମାରା ହୋଇଯିବ ସେ ଦେଲେରେ
ଆମ ପାଣିକୁ ଛୁଇଁ |୪|
ମାଛ ମାରି ଆଣି ଦିଏ କେଉଟ ସେତେବେଳେ
ମାଛ ତ ଅଛୁଆଁ ତ ନହୁଏ
ସେଇ କେଉଟ ମାଛ ତରକାରୀ ଭାଣ୍ଡକୁ ଛୁଇଁଲେ
କିପରି ତାହା ଅଛୁଆଁ ବୋଲାଏ |୫|
ଅଛୁଆଁ କହୁ ଶ୍ରମିକକୁ ସେ ଆମ ମନ୍ଦିର ସବୁ ତ
ତିଆରି କରିଥାଏ
ସମାଜ ଭିତରେ ସେହି ମନ୍ଦିରରେ ତାର ପ୍ରବେଶ
କରିବାର ଅଧିକାର ନଥାଏ |୬|
ମଣିଷକୁ ଅନ୍ୟ ମଣିଷ ସହ ବନ୍ଧୁତା ସଂସାରର
ପଥରେ ଆଲୋକର ପଥ ଦେଖାଏ
ସାଥୀ ପଢ଼ିପାରେ ତୁମ ମନକୁ ସାହାଯ୍ୟ ଦିଅଇ ତେବେ
ବନ୍ଧୁତାରେ ଜାତି ଭାବ କିଆଁ ଅନ୍ତରାୟ ହୁଏ |୭|
ମନରେ ନଥିଲା କାହା ପ୍ରତି ପରା ମୋର ଯେ
ଈର୍ଷା ଅବା ଘୃଣା ଭାବ
ଏବେ ମୁଁ ଭାବୁଛି କିପରି ସୃଷ୍ଟି ହେଲା ମୋର
ସେହି ଛୁଆଁ ଅଛୁଆଁ ସ୍ୱଭାବ |୮|
