STORYMIRROR

Chittaranjan Nanda

Inspirational

4  

Chittaranjan Nanda

Inspirational

ନିସଂଗତାରେ ସୁଖ ମିଳେନା

ନିସଂଗତାରେ ସୁଖ ମିଳେନା

1 min
258

ପୃଥିବୀ ପୃଷ୍ଠକୁ ମୁଁ ଛୁଇଁଲା ପରେ ଅପୂର୍ବ 

ଆନନ୍ଦ ମିଳିଲା ମନରେ

ଅପୂର୍ବ ପୁଲକେ ଚତୁଃପାର୍ଶ୍ୱ ଦେଖି ସୁନ୍ଦର 

ଲାଗିଲା ମୋ ମାନସରେ |୧|


ଆମେ ସାମାଜିକ ପ୍ରାଣୀ ପରଶ ତ ଖୋଜିବା 

ସଦା ଅନ୍ୟ ମଣିଷର

ନିସଙ୍ଗତା କେବେ ଜୀବନରେ ସୁଖ ଦିଏନା 

ଦରକାର ପବିତ୍ର ସମ୍ପର୍କର |୨|


ଜାଣିଲି ମୁଁ ଲାଲ୍ ରଙ୍ଗ ରକ୍ତ ତ ବହୁଛି ସବୁରି 

ମଣିଷର ଦେହରେ 

ଛୁଆଁ ଅଛୁଆଁ ଭାବନା ଅବିଚାର ନୁହେଁ କି କୁହ 

ଏଇ ମଣିଷ ସମାଜରେ |୩|


ଶୂଦ୍ର ଯାକୁ ଆମେ କୁହେ ସେ କାଠ ହାଣି ଯୋଗାଏ

ଆମକୁ ରୋଷେଇ କରିବା ପାଇଁ 

ତେବେ କୁହ କାହିଁକି ମାରା ହୋଇଯିବ ସେ ଦେଲେରେ 

ଆମ ପାଣିକୁ ଛୁଇଁ |୪|


ମାଛ ମାରି ଆଣି ଦିଏ କେଉଟ ସେତେବେଳେ 

ମାଛ ତ ଅଛୁଆଁ ତ ନହୁଏ 

ସେଇ କେଉଟ ମାଛ ତରକାରୀ ଭାଣ୍ଡକୁ ଛୁଇଁଲେ 

କିପରି ତାହା ଅଛୁଆଁ ବୋଲାଏ |୫|


ଅଛୁଆଁ କହୁ ଶ୍ରମିକକୁ ସେ ଆମ ମନ୍ଦିର ସବୁ ତ 

ତିଆରି କରିଥାଏ

ସମାଜ ଭିତରେ ସେହି ମନ୍ଦିରରେ ତାର ପ୍ରବେଶ 

କରିବାର ଅଧିକାର ନଥାଏ |୬|


ମଣିଷକୁ ଅନ୍ୟ ମଣିଷ ସହ ବନ୍ଧୁତା ସଂସାରର 

ପଥରେ ଆଲୋକର ପଥ ଦେଖାଏ

ସାଥୀ ପଢ଼ିପାରେ ତୁମ ମନକୁ ସାହାଯ୍ୟ ଦିଅଇ ତେବେ

ବନ୍ଧୁତାରେ ଜାତି ଭାବ କିଆଁ ଅନ୍ତରାୟ ହୁଏ |୭|


ମନରେ ନଥିଲା କାହା ପ୍ରତି ପରା ମୋର ଯେ 

ଈର୍ଷା ଅବା ଘୃଣା ଭାବ 

ଏବେ ମୁଁ ଭାବୁଛି କିପରି ସୃଷ୍ଟି ହେଲା ମୋର 

ସେହି ଛୁଆଁ ଅଛୁଆଁ ସ୍ୱଭାବ |୮|



Rate this content
Log in

Similar oriya poem from Inspirational