STORYMIRROR

Anupama Sahu

Romance

4  

Anupama Sahu

Romance

ନିଶିଗନ୍ଧା-୨

ନିଶିଗନ୍ଧା-୨

1 min
151

ନିସ୍ତବ୍ଧ ନିଶିରେ  ମୁଦ୍ରିତ ନୟନେ 

କାହିଁ ତୁମେ ଦିଅ ଦେଖା 

ସପନକୁ ମୋର  ସତ କରିବାକୁ 

ଭାଗ୍ୟରେ ନାହିଁ ମୋ ଲେଖା।


ଜାମିନି କୋଳରେ  ପୃଥିବୀ ଟା ଯେବେ 

ନୀରବରେ ଶୋଇଯାଏ 

ପ୍ରେମ ସୁହାଗିନୀ  ଆହତ କାମିନୀ 

କାମନା ରେ ଜଳୁ ଥାଏ।


ବହଳ ଅନ୍ଧାରେ  ପ୍ରୀତି ଅଭିସାରେ 

ସାତରଙ୍ଗ ଦେହେ ମାଖି 

କାମୁକୀ ମନକୁ  ପ୍ରେମ ପାରାବାରେ 

ସଂଯତେ ପାରେନା ରଖି।


ହେ ନାରୀ ରମଣ  ଅବ୍ୟକ୍ତ ମୋ ପ୍ରେମ 

ବ୍ୟକ୍ତ କେବେ କରି ନାହିଁ 

ଆଖିର ଇଷାରା ମୋ ପ୍ରେମ ପସରା 

ତୁମ ବୁଝିବାର ପାଇଁ।


ମୁଁ ପ୍ରୀତି ଛନ୍ଦା  ତୁମ  ନିଶିଗନ୍ଧା 

ପ୍ରେମ ବନାନୀ ବିଥିକା 

ମିଳନର ଶେଜ ସଜାଇ ଚାହିଁଛି 

ସାଜି ସରମୀ ଲତିକା।

ଆସି  ପ୍ରୟତମ ଆଙ୍କିବ ଚୁମ୍ବନ 

କମ୍ପନ ଭରି 


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance