ନିଶିଗନ୍ଧା-୨
ନିଶିଗନ୍ଧା-୨
ନିସ୍ତବ୍ଧ ନିଶିରେ ମୁଦ୍ରିତ ନୟନେ
କାହିଁ ତୁମେ ଦିଅ ଦେଖା
ସପନକୁ ମୋର ସତ କରିବାକୁ
ଭାଗ୍ୟରେ ନାହିଁ ମୋ ଲେଖା।
ଜାମିନି କୋଳରେ ପୃଥିବୀ ଟା ଯେବେ
ନୀରବରେ ଶୋଇଯାଏ
ପ୍ରେମ ସୁହାଗିନୀ ଆହତ କାମିନୀ
କାମନା ରେ ଜଳୁ ଥାଏ।
ବହଳ ଅନ୍ଧାରେ ପ୍ରୀତି ଅଭିସାରେ
ସାତରଙ୍ଗ ଦେହେ ମାଖି
କାମୁକୀ ମନକୁ ପ୍ରେମ ପାରାବାରେ
ସଂଯତେ ପାରେନା ରଖି।
ହେ ନାରୀ ରମଣ ଅବ୍ୟକ୍ତ ମୋ ପ୍ରେମ
ବ୍ୟକ୍ତ କେବେ କରି ନାହିଁ
ଆଖିର ଇଷାରା ମୋ ପ୍ରେମ ପସରା
ତୁମ ବୁଝିବାର ପାଇଁ।
ମୁଁ ପ୍ରୀତି ଛନ୍ଦା ତୁମ ନିଶିଗନ୍ଧା
ପ୍ରେମ ବନାନୀ ବିଥିକା
ମିଳନର ଶେଜ ସଜାଇ ଚାହିଁଛି
ସାଜି ସରମୀ ଲତିକା।
ଆସି ପ୍ରୟତମ ଆଙ୍କିବ ଚୁମ୍ବନ
କମ୍ପନ ଭରି