ନିଶ୍ଚୟ
ନିଶ୍ଚୟ
ଶରୀର ଥିଲେ ନିଶ୍ଚୟ ରୋଗ ହୋଇବ, ଧନଥିଲେ ଚୋରଭୟ ବିପଦ ଥିବ,
ପେଟଥିଲେ ଖାଦ୍ୟ ଦେଖି ଭୋକ ଲାଗିବ, ଲଢ଼େଇରେ କ୍ଷୟ-କ୍ଷତି ନିଶ୍ଚେ ଘଟିବ ।
ସୁଖ ପାଶେ ପାଶେ ଦୁଃଖ ଘୂରି ବୁଲିବ, ଗାଡ଼ିଥିଲେ ଦିନେ ତା'ର ଚକ ଫାଟିବ ।
କିଛି ପାଇଥିଲେ କିଛି ଦେବାକୁ ହେବ, କଟୁ କହିଥିଲେ ପୁଣି ନିଜେ ଶୁଣିବ ।
ଜନ୍ମ ହେଇଥିଲେ ନିଶ୍ଚେ ମୃତ୍ୟୁ ଆସିବ, ନିଜ କଲାକର୍ମ ପାଇଁ ନିନ୍ଦା ଶୁଣିବ ।
ପାଠ ପଢିଥିଲେ ଦିନେ କାମେ ଆସିବ, ଦୁଷ୍କର୍ମ କରିଲେ ନିଶ୍ଚେ ଦଣ୍ଡ ମିଳିବ ।
ବୁଣିଥିଲେ ମଞ୍ଜି ନିଶ୍ଚେ ଫଳ ପାଇବ, କାନ୍ଦ ପରେ ଓଠ ପୁଣି ହସି ଉଠିବ ।
ସାମାସ୍ୟାର ସମାଧାନ ନିଶ୍ଚୟ ହେବ, ଆଜି ନହେଲେ ବି କାଲି ଓଲଟିଯିବ ।
