STORYMIRROR

Tushar Kanta Prasad

Inspirational Others

4  

Tushar Kanta Prasad

Inspirational Others

ନିଶ୍ବ

ନିଶ୍ବ

1 min
246

ଅଳସୁଆ ଜନ କର୍ମରେ ଗରିବ,

ମନରେ ଗରିବ କୃପଣ ଯିଏ।

ଖାଦ୍ୟ, ବାସଗୃହ ନାହିଁ ଯା ପାଖରେ,

ପ୍ରକୃତ ପକ୍ଷରେ ଗରିବ ସିଏ।।


ଗୁରୁଙ୍କ ବାକ୍ଯକୁ ଅନ୍ୟଥା ଯେ କରେ,

ସେ ଶିଷ୍ଯ ଅଟଇ ଜ୍ଞାନେ ଗରିବ।

ପିତା ମାତା ମନେ ଦିଏ ଯେ ଆଘାତ,

ସଂସ୍କାରେ ଗରିବ ସେ ହୋଇଥିବ।।


ମାତୃ ଗର୍ଭୁ କେହି ଧନୀ କି ଗରିବ,

ଜନ୍ମ ନିଏ ନାହିଁ ଏହି ଧରାରେ।

କର୍ମ ବଳେ ନର ଜିଣଇ ସଂସାର,

ଯାହା କହେ ଆମ ଭାଗବତରେ।।


ଗରିବ ସୁଦାମା ସତ୍ଯ ନିଷ୍ଠା ପାଇଁ,

ବଦଳିଲା ଦିନେ ତା ଭାଗ୍ୟରେଖା।

କର୍ମଫଳ ନର ଅବଶ୍ୟ ଭୁଞ୍ଜଇ,

ଯାହା ଥାଏ ତାର କପାଳେ ଲେଖା।।


ନର ଦେହ ପାଇ ପଶୁତ୍ବ ଆଚରେ,

ମଣିଷ ପଣରେ ସେ ଅଟେ ଦୀନ।

ବିଶ୍ବାସଘାତକ ପାଇଁ ତୁଚ୍ଛ ଅଟେ,

ସଂସାରେ ଲଭିଛି ଯେଉଁ ଜୀବନ।।


ବିବେକ ଅଭାବେ ଯେ ଅଟେ ଦରିଦ୍ର,

କାହୁଁ ବା ପାଇବ ବିବେକ ଧନ।

ଶେଷ ଜୀବନରେ ସେ ନିଶ୍ବ ଅଟଇ,

ଗୀତା ଜ୍ଞାନ ଯାର ନ ଶୁଣେ କର୍ଣ୍ଣ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational