ନିଶା
ନିଶା
ନିଶା ଏକ ବିଷରେ ଭାଇ ନିଶା ଏକ ବିଷ
ଏହା ଜୀବନକୁ କରି ଦିଏ ସର୍ବନାଶ ।
ନିଶା କରିଦିଏ ଜୀବନ ଅନ୍ଧକାର
କେତେ ଯେ ପରିବାର ହୋଇଯାଏ ଛାରଖାର ।
ନିଶା ମାନେ ନାହିଁ ପର ଆପଣା
ସଭିଙ୍କ ପାଇଁ ଆଣିଦିଏ ମୁତ୍ୟୁର ଠିକଣା।
ନିଶା ପାଇଁ କେହି ନୁହେଁ ବୃଦ୍ଧ କି ଯୁବକ
ପାଲଟି ଯାଏ ହୋଇ କ୍ଷତି କାରକ।
ନିଶା ନିଏନାହିଁ ଜୀବନର କ୍ଲାନ୍ତି
ଦେଇ ଯାଏ ଅସରନ୍ତି ଅଶାନ୍ତି ।
ନିଶା ପାଇଁ ଆମେ ହେବା ନାହିଁ ବ୍ୟାକୁଳ
କ୍ଷଣିକ ଜୀବନ ଜାଣି ନାହୁଁ କେତେ କାଳ ।
ନିଶା ଠାରୁ ଆମେ ଦୁରେଇ ଯିବା
ତମାଖୁ ବିଡି ସିଗାରେଟ ଆମେ ଛାଡିବା ।
ନିଜେ ବଞ୍ଚି ଅନ୍ୟକୁ ବଞ୍ଚିବା ଶିଖାଇବା
ସଭିଙ୍କ ପାଇଁ ସୁସ୍ଥ ସାମାଜିକ ଜୀବନ ଆମେ ଗଢିବା ।