ନିଶା ଓ ପେଷା
ନିଶା ଓ ପେଷା
ଭାବକୁ ଶବ୍ଦର ରୂପ ଦେଇ ଳେଖଇ କବିତା,
ଭାବନାରେ ବୁଡି, ରଙ୍ଗରେ ସଜାଏ ପେଷାର ସଳିତା |
କବିତା ଲେଖିବା ଯଦି ହୁଏ ମୋର ନିଶା,
କିଛି ନୂତନ ସୃଷ୍ଟି କରିବା ମୋର ପେଷା |
ନିଶାରେ ମାତିଯାଇ, ଯେବେ ଭୁଲେ ସବୁ କିଛି,
ପେଷାରେ ମଜ୍ଜି ରହି, ନିଜକୁ ହଜାଇ ଦେଉଛି |
ଲେଖିବାର ନିଶା ଲାଗେ ବଡ଼ ମିଠା ମିଠା,
ପେଷାରେ ମିଳେ ସମ୍ମାନ ଆଉ ସଫଳତାର ଚିଠା|
କବିତା ଅଟେ କବିର ଏକ ସୁନ୍ଦର ସୃଷ୍ଟି,
ପେଷାରେ ସୃଷ୍ଟିକରି ନୂତନତ୍ୱ ମୋହେ ସଭିଙ୍କ ଦୃଷ୍ଟି |
ଭିନ୍ନ ଭିନ୍ନ ପେଷାର ମାର୍ଗ ଭିନ୍ନ ଭିନ୍ନ,
କିନ୍ତୁ, ପେଷାର ନିଶା ଆଣିଦିଏ ମାନ ସମ୍ମାନ |
ଯେବେ ଲାଗେ ପେଷାରେ ବି ଅଛି ନିଶା,
ତେବେ କବିତା ଲେଖାର ନିଶାବି ଅଟେ ପେଷା |
ଭାବର ଦୁନିଆରେ ଭାଷୁ ଭାଷୁ କବି ଭୁଲିଯାଏ,
ସେହି ଭାବର ନିଶାରେ ସିଏ ମତୁଆଲା ହୁଏ |
ଯେବେ ମତୁଆଲା ହୋଉ ଭାବକୁ ଶବ୍ଦରେ ପ୍ରକାଶେ,
କେବେ କେବେ ତାହା ପେଷା ରୂପେ ଦିଶେ |
ଯେବେ ସେହି ପେଷାରେ କବି ହୁଏ ପେଷାଦାର,
ସେହି ନିଶାରେ ଲେଖଇ କବିତା ବଡ଼ ଚମତ୍କାର |
ତେଣୁ ଏହି ନିଶା ଓ ପେଶାକୁ ବୁଝିବାକୁ ହେବ,
ନିଜର ଭାବକୁ ସୁନ୍ଦର ଶବ୍ଦରେ ସଜାଇବାକୁ ହେବ |
ଥାଏ ଯଦି ସବୁ ପେଷାରେ କିଛି ନିଶା,
କିଛି ନିଶା ଲେଖିବାର କରାଇବ କବିତାର ବର୍ଷା |