Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Tragedy

4  

Satyanarayan Sahoo

Abstract Tragedy

ନିଶା ମହିମା

ନିଶା ମହିମା

1 min
303



ନିଶା ର ମହିମା ଅଟେ ଅତୀବ ଗହନ

ନିଶେଷ କରଇ ନିଶା ମଣିଷ ଙ୍କ ପ୍ରାଣ ।

ନିରନ୍ତର ବଢ଼ି ଚାଲେ ନିଶା ଆକର୍ଷଣ

ନିଶା ଖୋର ହୋଇ ଥାନ୍ତି ସେବା କରି ଜନ ।

ନିଶା ସେବା କରି ପାପ ହୁଅଇ ବହୁତ

ନାଶି ଦିଏ ଧୀରେ ଧୀରେ ମାନ ଓ ମହତ ।

ନିଶା ପ୍ରତି ପ୍ରୀତି ଆଉ ଭକ୍ତି ଅନୁରାଗ

ନିତି ପ୍ରତି ତା ସେବା ରେ ବଢ଼ାଏ ସରାଗ ।

ନିୟୋଜିତ କରେ ନିଶା ନିଶା ଖୋର ଜନେ

ନିତି ନିତି ଆପଣା ର ପୟର ସେବନେ ।

ନରମ ସୂତା ର ତାର ତାର ମୋହନ ବନ୍ଧନ

ନୁହା ଶିକୁଳି ହୁଅଇ ବଢ଼ି ଦିନୁ ଦିନ ।

ନୁହଇ ତାହା ଠୁ ଆଉ ମୁକୁଳି ପଛ କୁ

ନିରନ୍ତର ଇଚ୍ଛା ହୁଏ ନିଶା ସେବିବ। କୁ ।

ନିଇତି ନିଇତି ସେଇ ଟଣାଇ ପଇସା

ନୂଆ ନୂଆ ଦୁଃଖ, ରୋଗ, ଲୋଭ ଘୃଣା, ଈର୍ଷା ।

ନିମନ୍ତ୍ରି ଆଣଇ ଜାଣ ସେହି ପ୍ରତି କ୍ଷଣ

ନିଭାଇ ଚାଲଇ ନିତି ନିତି ଅନଟନ ।

ନିରୋଗ ଶରୀର ହୁଏ ରୋଗ ଗନ୍ତାଘର

ନିତି ଲାଭ ଉଠାଅନ୍ତି ବଇଦ ଡାକ୍ତର ।

ନିରେଖି ଦେଖିଲେ ନିଶା ଅଶେଷ ମହିମା

ନିରୂପିତ ହୁଏ, କରି ନ ହୁଏ ବର୍ଣ୍ଣନା ।

ନାରୀ ଧରଷଣ ହତ୍ୟା, ନାନା ଦୁର୍ଘଟଣା

ନିଶା ଯୋଗୁଁ ନିତି ନିତି ଘଟି ଚାଲେ ସିନା ।

ନିଷ୍ପାପ ଜନ ଙ୍କୁ କରେ ପ।ପେ ନିଷ୍ପେସିତ

ନୃଶଂସ ପ୍ରହାର ଦିଏ ଜୀବନେ ନିସ୍ତୁକ ।

ନିର୍ମମ ଭାବରେ ପ୍ରହାରଇ ଅନୁକ୍ଷଣ

ନାଣ୍ଢୁ କରି ଦିଏ, ହରି ନିଏ ସବୁ ଧନ ।



Rate this content
Log in

Similar oriya poem from Abstract