STORYMIRROR

Brundabana Pradhan

Romance

3  

Brundabana Pradhan

Romance

ନିରୁର୍ଦ୍ଦିଷ୍ଟ ମୋ ପ୍ରେମିକା

ନିରୁର୍ଦ୍ଦିଷ୍ଟ ମୋ ପ୍ରେମିକା

1 min
181

ଆଖିରେ କଜଳ ପାଦରେ ଅଳତା 

ବେଣୀରେ ମଲ୍ଲୀର ଗଜରା ହାର 

ଦେହସାରା ତାର ଅପୂର୍ବ ବାସନା

ନେଇଥିଲା ଦିନେ ମୋ ମନ ଜିଣି ।


ପାରିଲିନି କହି ମୋ ଅବ୍ୟକ୍ତ ବେଦନା 

ଦେଖାହେଲା ଆଉ ସେ ନାହିଁ 

ନିରୁର୍ଦ୍ଦିଷ୍ଟ ପ୍ରଣୟିନୀ ମୋର 

ଖୋଜେ ତାକୁ ଥରକୁ ଥର। 


ଆବେଗରେ ସ୍ନେହରେ ଅଭିମାନରେ 

ଜ୍ଞାତରେ ଅଜ୍ଞାତରେ ଚେତନରେ 

ଅଚେତନରେ ମନରେ ଭ୍ରମରେ 

ଭୂମିରେ ଭୂମାରେ ନାଟକରେ କବିତାରେ 

ଅବା ଧନୁଯାତ୍ରାର ଗହଳିରେ 

କଂସର ସଂଳାପରେ 

ଚତୁର୍ଦ୍ଦିଗରେ ମୋ ଜୀବନରେ 

ଖୋଜେ ସେ ନିରୁର୍ଦ୍ଦିଷ୍ଟ ନାୟିକାକୁ 

ଶେଷରେ ବୁଝାଇ ଦିଏ ମୋ ମନକୁ 

ସର୍କସର ବାଘ ପରି ମାନିଯାଏ ମନ 

ଖୋଜେନି ପ୍ରେୟଶୀକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance