ନିରୁର୍ଦ୍ଦିଷ୍ଟ ମୋ ପ୍ରେମିକା
ନିରୁର୍ଦ୍ଦିଷ୍ଟ ମୋ ପ୍ରେମିକା
ଆଖିରେ କଜଳ ପାଦରେ ଅଳତା
ବେଣୀରେ ମଲ୍ଲୀର ଗଜରା ହାର
ଦେହସାରା ତାର ଅପୂର୍ବ ବାସନା
ନେଇଥିଲା ଦିନେ ମୋ ମନ ଜିଣି ।
ପାରିଲିନି କହି ମୋ ଅବ୍ୟକ୍ତ ବେଦନା
ଦେଖାହେଲା ଆଉ ସେ ନାହିଁ
ନିରୁର୍ଦ୍ଦିଷ୍ଟ ପ୍ରଣୟିନୀ ମୋର
ଖୋଜେ ତାକୁ ଥରକୁ ଥର।
ଆବେଗରେ ସ୍ନେହରେ ଅଭିମାନରେ
ଜ୍ଞାତରେ ଅଜ୍ଞାତରେ ଚେତନରେ
ଅଚେତନରେ ମନରେ ଭ୍ରମରେ
ଭୂମିରେ ଭୂମାରେ ନାଟକରେ କବିତାରେ
ଅବା ଧନୁଯାତ୍ରାର ଗହଳିରେ
କଂସର ସଂଳାପରେ
ଚତୁର୍ଦ୍ଦିଗରେ ମୋ ଜୀବନରେ
ଖୋଜେ ସେ ନିରୁର୍ଦ୍ଦିଷ୍ଟ ନାୟିକାକୁ
ଶେଷରେ ବୁଝାଇ ଦିଏ ମୋ ମନକୁ
ସର୍କସର ବାଘ ପରି ମାନିଯାଏ ମନ
ଖୋଜେନି ପ୍ରେୟଶୀକୁ ।