ନିରୋଳା ମନ
ନିରୋଳା ମନ
ନିରୋଳା ମନ
ମନ ଯେବେ ଚାହେଁ ନିରୋଳାରେ ବସିବାକୁ ହୋଇ ଏକାକିନୀ,
କ୍ଷୁଦ୍ର ଧ୍ବନି ବି ଲାଗେ ବ୍ରୁହତ୍ ପ୍ରତିଧ୍ବନୀ,
ସାମାନ୍ଯ ପରିସ୍ଥିତି, ଭାବନା ବା ଧ୍ବନି,
ମନରେ ବଜେଇ ଦିଏ କବିତା ତରନ୍ଗିନୀ।
କବିତା ର ଗାଢ ସଂପର୍କ ନିରୋଳା ସହ,
ନିରୋଳା କରିଥାଏ କବିତାର ପ୍ରବାହ,
ଲେଖନୀ ମୁନ ଗଡିଚାଲେ ଗୂଢ ତଥ୍ଯ ସହ,
କବି ଲେଖି ଚାଲେ କବିତା ଅହରହ।
ନିରୋଳା ଶାନ୍ତ ପରିବେଶ,
କରିଥାଏ କେତେ ଭାବନାର ପ୍ରକାଶ,
ଗୁନ୍ଥି ହୁଏ କେତେ ଶବ୍ଦ ହାସ ଉପହାସ,
ଏମିତି ସରି ଯାଆନ୍ତା ଜୀବନ ସରସ।
ଶାନ୍ତ ପରିବେଶ ଯୁଆଡେ ନିଅଇ ଟାଣି,
ବହିଯାଏ କବିତା ସ୍ରୋତସ୍ବିନୀ,
ହ୍ରୁଦୟେ ନାଚେ କବିତା ହେଇ ନିର୍ଝରିଣୀ,
କବିତା ନିଅଇ ସର୍ବଦା ମନକୁ ଟାଣି।