ନିର୍ମଳ ସ୍ବର୍ଗୀୟ ଆନନ୍ଦ
ନିର୍ମଳ ସ୍ବର୍ଗୀୟ ଆନନ୍ଦ
ସ୍ବର୍ଗୀୟ ଆଶୀଷର ସୁଗନ୍ଧିତ ସୌରଭ ଯୁକ୍ତ ଗୋଲାପ
ଢାଳି ଦେଇ ଦୈବୀ ପ୍ରଭାବ ମାନବର ଶିରେ କରେ ରୋଗ
ମୁକ୍ତ ସଦା ଆଉ ରଖେ ବଞ୍ଚାଇ ତାକୁ ଆନନ୍ଦରେ l
ପାଦପଦ୍ମ ତଳେ ସମର୍ପି ନିଜକୁ ପ୍ରତି ପ୍ରତ୍ୟୁଷେ,
ସାୟଂକାଳେ,
ଦିବସେ ଆଉ ରାତ୍ରିରେ,
ମାନସ ପଟ୍ଟ ମୋ ସଦା କରେ ବାସ ଚିରନ୍ତନ ଉତଫୁଲ୍ଲିତ
ପ୍ରେମୀଳ ଭାବରେ l
ସୌହାର୍ଦ୍ୟପୂର୍ଣ୍ଣ କବିଗଣ ଶୁଭଙ୍କର ପ୍ରଭାତେ କରନ୍ତି
ପ୍ରାର୍ଥନା ଈଶ୍ବରେ,
କରନ୍ତି ଉପଭୋଗ ସ୍ବର୍ଗୀୟ ସୌନ୍ଦର୍ଯ୍ୟ ନିତି ସକାଳେ l
ମାନବୀୟ ହୃଦୟେ ଶାଶ୍ୱତ ସ୍ରୋତ ହୋଇ ପ୍ରବାହିତ
ଝଲସି ଉଠେ ପରମାନନ୍ଦ କିରଣେ,
ଅନୁରକ୍ତ ସ୍ତ୍ରୀପୁରୁଷ ଗଣେ କରନ୍ତି ଉପଭୋଗ ସଦା
ଐଶ୍ୱରୀୟ ସୌନ୍ଦର୍ଯ୍ୟ ନିର୍ମଳ ହୃଦୟେ
ପୂର୍ଣ୍ଣ ରୂପରେ l
ପ୍ରତି ପ୍ରତ୍ୟୁଷେ କରେ ମୁଁ ସମର୍ପିତ ନିଜକୁ ସେହି
ପଦାରବିନ୍ଦ ତଳେ,
ଆଉ ରହେ ମନ ମୋର ଏକ ଶାନ୍ତିପୂର୍ଣ୍ଣ
ଶୁଭ୍ରାଲୋକ ମଣ୍ଡଳେ l
ଶୋଭନୀୟ ମାନବ ସମାଜ ହୁଏ ପରିବ୍ୟାପ୍ତ
ଏକ ସ୍ବର୍ଗୀୟାନନ୍ଦ ସୌରଭେ,
ରହେ ସ୍ମିତହାସ୍ୟେ ସଦା ରମଣୀୟ ବିଶ୍ୱ ମାନବ
ସମାଜ ପ୍ରେମମୟ ଆଉ ଉଲ୍ଲାସ ମୁଖରିତ ଭବେ l